ନାବାଳକଙ୍କ ହାତରେ ଫାଟିଗଲା ମୋବାଇଲ୍ ବ୍ୟାଟେରୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 11, 2020 IST

ନୀଳଗିରି ୧୧।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ମୋବାଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ଚେକାମରା ଗ୍ରାମର ଟୁନା ସିଂଙ୍କ ୭ ବର୍ଷର ପୁଅ ଚନ୍ଦ୍ରକାନ୍ତ । ସେ ଖେଳୁଥିବା ବେଳେ ଏକ ମୋବାଇଲ ବ୍ୟାଟେରୀ ଧରିଥିଲା । ହଠାତ୍ ଏହା ଫାଟିଯିବାରୁ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତାଙ୍କ ହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ପେଟ ଓ ଛାତି ପୋଡି ଯାଇଛି । ସେ ଅତି ଗରିବ ପରିବାରର ହୋଇଥିବା ବେଳେ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.