ବେଶ୍ୟାବୃତ୍ତି ବଢ଼ିବାର ମୁଖ୍ୟ କାରଣ ହେଉଛି ମୋବାଇଲ ଆପ୍ : ପୋଲିସକୁ ନୋଟିସ୍ ଜାରି କଲେ ମହିଳା ଆୟୋଗ

Published By : Prameya-News7 Bureau | August 31, 2019 IST

ନୂଆଦିଲ୍ଲୀ ୩୧/୮: ଦିଲ୍ଲୀ ମହିଳା ଆୟୋଗ ମୋବାଇଲ୍ ଆପ୍ଲିକସେନ ଦ୍ବାରା ବଢ଼ୁଥିବା ବେଶ୍ୟାବୃତ୍ତିକୁ ଗମ୍ଭୀରତାର ସହ ନେଇଛନ୍ତି। ଏହି ସବୁ ମାମଲାର ସୂଚନା ମିଳିବା ପରେ ଆୟୋଗ ପୋଲିସ୍ ଏବଂ ଦୂରସଞ୍ଚାର ମନ୍ତ୍ରାଳୟକୁ ନୋଟିସ୍ ଜାରି କରିଛନ୍ତି। ଆୟୋଗକୁ ଏକ ଆପ୍ ମାଧ୍ୟମରେ ବେଶ୍ୟାବୃତ୍ତି ବଢ଼ିବାର ସୂଚନା ମିଳିଛି। ଏହା ପରେ ଆୟୋଗ ପୋଲିସ୍ ଏବଂ ଦୂରସଞ୍ଚାର ଅଧିକାରୀଙ୍କୁ ଏହି ସୂଚନା ପଠାଇଛି। ପୋଲିସ୍ ଏହିସବୁ ମାମଲାରେ ଆଇଟିପିଏ ଏବଂ ପୋକ୍ସୋ ଧାରା ଅନୁସାରେ ମାମଲା ରୁଜୁ କରିବାକୁ କହିଛି।

ଆ​‌ୟୋଗ ତରଫରୁ ପୋଲିସକୁ କୁହାଯାଇଛି ଯେ ଏହି ଆପ୍ ଇଣ୍ଟରନେଟ୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋର,ଆପଲ ଷ୍ଟୋରରେ ଉପଲବ୍ଧ ରହିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷଙ୍କ ଅନୁସାରେ ଏହା ଅନୈତିକ କାର୍ଯ୍ୟ ରୋକିବା ଅଧିନିୟମ ଅନୁସାରେ ଅପରାଧ। ଆୟୋଗ ପୋଲିସକୁ ପ୍ରଶ୍ନ କରିଛି ଯେ ବେଶ୍ୟାବୃତ୍ତି ବଢ଼ାଇବା ପାଇଁ ଏପରି ଅନ୍ୟ ମୋବାଇଲ୍ ଆପ୍ ଏବଂ ଓ୍ବେବ୍ ଆପ୍ଲିକେସନ ଚିହ୍ନଟ କରାଯାଇଛି କି? ଯଦି ଚିହ୍ନଟ କରାଯାଇଛି ତେବେ​ ଏବେ ଯାଏଁ ଏହା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ କରାଯାଇଛି? ଆୟୋଗ ଦୂରସଞ୍ଚାର ମନ୍ତ୍ରାଳୟକୁ ବେଶ୍ୟାବୃତ୍ତି ବଢ଼ାଉଥିବା ମୋବାଇଲ୍ ଆପ୍ଲିକେସନକୁ ତୁରନ୍ତ ବ୍ଲକ୍ କରିବାକୁ କହିଛନ୍ତି।


ପୋଲିସକୁ ଏହି ଆପ୍ଲିକେସନର ସୂଚନା ଦିଆଯାଇଛି। ଏହି ଆପରେ ନାବାଳିକାଙ୍କୁ ବେଶ୍ୟା ରୂପରେ ପ୍ରଦାନ କରାଯାଉଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.