Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶଳା ପାଇଁ ଝିଅ ଦେଖିବାକୁ ଯାଇଥିଲେ ଯୁବକ, ଟଙ୍କା ଓ ମୋବାଇଲ ଲୁଟିନେଲା ମଧ୍ୟସ୍ଥି

16/11/2020 at 10:57 AM

ବଳଙ୍ଗା,୧୬|୧୧: ଶଳାର ବିବାହ ପାଇଁ ଝିଅ ଦେଖିବାକୁ ଆସିଥିଲେ ଜଣେ ବ୍ୟକ୍ତି । ମଧ୍ୟସ୍ଥିକୁ ମଧ୍ୟ ଏଥିପାଇଁ ଦେଇଥିଲେ ଟଙ୍କା । କିନ୍ତୁ ଲୁଟର ହେଲେ ଶିକାର । ମଧ୍ୟସ୍ଥି ସାଜିଥିବା ବ୍ୟକ୍ତି ଚର୍ଚ୍ଚା କରିବା ଆଳରେ ଲୁଟ୍‌ କରିବା ଘଟଣା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ମଧ୍ୟସ୍ଥି ଜଣଙ୍କ ଥଣ୍ଡା ପାନୀୟରେ ନିଶା ଦେଇ ୨୪ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଲୁଟି ନେଇଥିବା ସମ୍ପର୍କରେ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତ ।

ସୂଚନାନୁସାରେ, ନିମାପଡ଼ା ଥାନା ଅନ୍ତର୍ଗତ ଅମୁଣିଆ ପାଟଣା ଗ୍ରାମର ଶେଷଦେବ ସାହୁ (୩୨) ବଳଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗୋପ ବଜାରର ଦେଶରଂଜନ ପାତ୍ର ବିଭିନ୍ନ ସମୟରେ ତାଙ୍କ ଘରକୁ ଆସନ୍ତି । ସେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଶେଷଦେବଙ୍କ ଶାଳକଙ୍କ ପାଇଁ ବିବାହ ନିମନ୍ତେ ଝିଅ ଠିକ୍‌ କରିଦେବାର ପ୍ରତିଶ୍ରୁତି ଦେଇଥିଲେ । ଝିଅ ଠିକ୍‌ ହୋଇଥିବା କହି ଦେଶରଂଜନ ଗତ ୨ଦିନ ତଳେ ମଧ୍ୟାହ୍ନ ସମୟରେ ଶେଷଦେବଙ୍କୁ ବଳଙ୍ଗା ଡକାଇଥିଲେ । ଶେଷଦେବ ବଳଙ୍ଗା ବଜାର ପୂର୍ବରୁ ବାୟାବର ଛକରେ ପହଞ୍ଚିବା ପରେ ପୂର୍ବ ଯୋଜନା ମୁତାବକ ସେଠାରେ ଉପସ୍ଥିତ ଥିବା ଦେଶରଂଜନ ଏକ ଥଣ୍ଡା ପାନୀୟ ତାଙ୍କୁ ପିଇବାକୁ ଦେଇଥିଲେ । ଥଣ୍ଡା ପାନୀୟ ପିଇବାର ମାତ୍ର ୧୦ମିନିଟ୍‌ ମଧ୍ୟରେ ଶେଷଦେବଙ୍କ ମୁଣ୍ଡ ବୁଲାଇବା ସହ ରାସ୍ତାଘାଟ ଅନ୍ଧାର ଦେଖାଯାଇଥିଲା । ସେ କିଛି ଜାଣିପାରିନଥିଲେ । ଏହି ସୁଯୋଗରେ ଦେଶରଂଜନ ଶେଷଦେବଙ୍କ ପ୍ୟାଣ୍ଟ ପକେଟରେ ଥିବା ୨୪ହଜାର ଟଙ୍କା ସହ ୨ଟି ଦାମୀ ମୋବାଇଲ ନେଇ ଫେରାର ହୋଇଯାଇଥିଲା ।

ଦୀଘ ୨ଘଣ୍ଟା ପରେ ଶେଷଦେବ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ବହୁକଷ୍ଟରେ ସେ ଘରେ ପହଞ୍ଚିବା ପରେ ବଡ଼ଭାଇଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଦେଶରଂଜନଙ୍କୁ ମୋବାଇଲରେ ଯୋଗଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ମୋବାଇଲ ସୁଇଚ ଅଫ୍ ଥିଲା । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶେଷଦେବ । ଅଭିଯୋଗ ପାଇବା ପରେ ବଳଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts