ମୋବ୍ ଲିଞ୍ଚିଂ: ହତ୍ୟା କରି ଫେରାର ହେଲା ବେଳେ ଧରି ଦେଲେ ଗ୍ରାମବାସୀ, ପିଟିପିଟି ମାରିଦେଲେ

Published By : Prameya-News7 Bureau | June 26, 2020 IST

ଲକ୍ଷ୍ନୌ, ୨୬|୦୬ :  ଉତ୍ତର ପ୍ରଦେଶର ଆମ୍ବେଦକର ନଗରରେ ଶୁକ୍ରବାର ଜଣେ ପୂର୍ବତନ ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ଉଭୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ଗୁଳିମାଡ କରି ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି । ଏହାସହ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାନୁସାରେ, ଜିଲ୍ଲାର ଇବ୍ରାହିମପୁର ଥାନା ଅଧିନରେ ଥିବା ଖେରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧର୍ମେନ୍ଦ୍ର ବର୍ମା ଓ ଜିୟାଲାଲ ବର୍ମା ଦ୍ୱିପ୍ରହର ସାଢେ ୨ଟାରେ ବଜାରକୁ ଯାଇଥିଲେ । ସେହି ସମୟରେ ଗୋଟିଏ ବାଇକରେ ତିନି ଜଣ ସେମାନଙ୍କ ନିକଟକୁ ଆସିବା ସହ ସେମାନଙ୍କ ସହ କିଛି କଥା ହୋଇଥିଲେ । ଏହାପରେ ହଠାତ ଗୁଳିମାଡ କରିଥିଲେ । ଧର୍ମେନ୍ଦ୍ରଙ୍କ ଶରୀରରେ ପ୍ରାୟ ୧୨ଟି ଗୁଳି ବାଜିଥିଲା । ତେବେ ଗୁଳିମାଡ କରିସାରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିବା ସମୟରେ ଗ୍ରାମବାସୀ ସେମାନଙ୍କ ଧରିବା ସହ ଗଛରେ ବାନ୍ଧି ଦେଇଥିଲେ । ସେମାନଙ୍କୁ ନିର୍ଦ୍ଧୁମ ମାଡ ମଧ୍ୟ ମାରିଥିଲେ । ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଅନ୍ୟଜଣଙ୍କୁ ପୋଲିସ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

ଗୁରୁତର ହୋଇଥିବା ବ୍ୟକ୍ତି ହେଲେ ଅବିନାଶ ସିଂ । ଆଉ ଜଣେ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ପୋଡି ଦେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ପୋଲିସ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.