Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆଡବାୟା ଲୋକଟା ଚିରିଦେଲା କୁରାନ୍‌, ନେଇଗଲା ପୋଲିସ: ଉତ୍ତ୍ୟକ୍ତ ଲୋକେ କହିଲେ ତାକୁ ଆମ ହାତରେ ଦିଅ…ତାପରେ ହୁତୁହୁତୁ ଜଳିଲା ଥାନା

29/11/2021 at 9:45 PM

ଲାହୋର ୨୯/୧୧ : ପାକିସ୍ତାନର ଖେବର ପଙ୍ଖତୁନଙ୍ଖ୍ବା ଅଞ୍ଚଳର ଚାରସଦ୍ଧାରେ ଅଭାବନୀୟ ଘଟଣା ଘଟିଛି । ଜଣେ ଅଭିଯୁକ୍ତକୁ ପୋଲିସ ପାଖରୁ ଛଡାଇଆଣି ପିଟିପିଟି ହତ୍ୟା କରିବାକୁ ଦାବି କରିଥିଲେ । କିନ୍ତୁ ପୋଲିସ ଏହାକୁ ବିରୋଧ କରି ଉକ୍ତ ବ୍ୟକ୍ତିକୁ ନଛାଡିବାକୁ ଥାନାରେ ଲଙ୍କାକାଣ୍ଡ ଘଟାଇଛନ୍ତି ଜନତା । ଥାନା ସମେତ ସ୍ଥାନୀୟ ଅଞ୍ଚଳରେ ଯେଉଁଠି ଚାହିଁଲେ ସେଠାରେ ନିଆଁ ଲଗାଇ ଚାଲିଥିଲେ ଉତ୍ତ୍ୟକ୍ତ ଲୋକେ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନକୁ ଶାନ୍ତିପ୍ରିୟ ଦେଶ ବୋଲି ଡେଙ୍ଗୁରା ପିଟୁଥିବା ବେଳେ ଅସଲ ଚିତ୍ର ଏବେ ପଦାକୁ ଆସିଛି । ସଂପୃକ୍ତ ଅଞ୍ଚଳରେ ଲୋକମାନେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି ।

ଦଙ୍ଗାକାରୀମାନେ ଥାନା ଜଳାଇଦେବା ସହିତ କିଛି ପୋଲିସ ଆଉଟପୋଷ୍ଟ ଗୁଡିକରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ଘଟଣାପଛର କାରଣ ଜାଣିଲେ ଯେକେହି ମଧ୍ୟ ତାଜୁବ ହୋଇଯିବେ । ମାନସିକ ବିକାରଗ୍ରସ୍ତ ଭଳି ବ୍ୟବହାର କରୁଥିବା ଜଣେ ବ୍ୟକ୍ତି ଇସଲାମର ଧର୍ମଗ୍ରନ୍ଥ କୁରାନକୁ ଚିରିଦେବାରୁ ଏଭଳି ହିଂସାର ସୂତ୍ରପାତ ହୋଇଥିଲା । ଉକ୍ତ ମାନସିକ ବିକାରଗ୍ରସ୍ତ ଲୋକକୁ ପୋଲିସ ଗିରଫ କରିନେଇଥିଲା । ତେବେ ଲୋକାମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ‘ତାକୁ ଆମ ହାତରେ ଛାଡି ଦିଅନ୍ତୁ ଆମେ ତାକୁ ଦଣ୍ଡ ଦେବୁ ବୋଲି କହିଥିଲେ’ ।

ତେବେ ପୋଲିସ ଏହାକୁ ବିରୋଧ କରିବା ସହିତ ଉକ୍ତ ବ୍ୟକ୍ତିକୁ ନିଜ ହେପାଜତରେ ରଖିଥିଲା । କିନ୍ତୁ ଉତ୍ତ୍ୟକ୍ତ ଲୋକେ ଥାନା ସମ୍ମୁଖରେ ବିଭିନ୍ନ ନାରାବାଜି ଦେବା ସହିତ ସେହି ବ୍ୟକ୍ତିକୁ ନେବାକୁ ଜିଦ୍‌ ଧରିଥିଲେ । ଏଥିରେ ପୋଲିସ କୌଣସିମତେ ଛାଡିବା ପାଇଁ ରାଜି ନହେବାରୁ ଲୋକମାନେ ତାତିଥିଲେ । ଥାନା ଭିତରେ ପଶି ନିଆଁ ଲଗାଇଦେଇଥିଲେ । ଏହା ସହିତ ୪ଟି ପୋଲିସ ଆଉଟପୋଷ୍ଟରେ ନିଆଁ ଲଗାଇଦେଇଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତଙ୍କ ସୂଚନା ମିଳିନାହିଁ । ସୁରକ୍ଷା ଦୃଷ୍ଟିରେ କୁରାନ୍‌କୁ ଚିରିଥିବା ବ୍ୟକ୍ତିକୁ କଡା ସୁରକ୍ଷା ବଳୟ ମଧ୍ୟରେ ଅନ୍ୟ ଥାନାକୁ ସ୍ଥାନାନ୍ତର କରାଯାଇଛି ।

ଥାନା ପୋଡି ଘଟଣାରେ ଯେଉଁମାନେ ବି ସଂପୃକ୍ତ ଅଛନ୍ତି ସେମାନଙ୍କୁ ଖୋଜି ଖୋଜି ଗିରଫ କରାଯିବ ବୋଲି କହିଛନ୍ତି ଥାନାଧିକାରୀ ଆସିଫ୍‌ ଖାନ କହିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓର ଯାଞ୍ଚ ଚାଲିଛି । କିଛି ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇସାରିଛି । ଏଥିରେ ଆଉ ଯେଉଁମା​‌ନେ ବି ସଂପୃକ୍ତ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ।

   Related Posts