Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଉଦ୍‌ଘାଟନ ହେଲା ମୋ ସେବା କେନ୍ଦ୍ର, ହାତ ପାହାନ୍ତାରେ ମିଳିବ ସବୁ ସୁବିଧା

5/03/2021 at 4:47 PM

ଭଦ୍ରକ, ୦୫/୦୩: ଭଦ୍ରକ ଜିଲ୍ଲାର ରାନ୍ଦିଆଠାରେ ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମୋ ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି । ରାନ୍ଦିଆ ବଜାର ନିକଟରେ ଏହି କେନ୍ଦ୍ରକୁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ଜଣାପଡ଼ିଛି ।

ଏହି ମୋ ସେବା କେନ୍ଦ୍ର ହେବା  ଫଳରେ ସାଧାରଣ ଲୋକଙ୍କୁ ସେମାନଙ୍କ ହାତ ପାହାନ୍ତାରେ ସରକାରୀ ସେବା ମିଳି ପାରିବ । ଲୋକଙ୍କୁ ବାରମ୍ବାର ସରକାରୀ ଦପ୍ତରକୁ ଦୌଡିବାକୁ ପଡ଼ିବ ନାହିଁ କି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ବିଦ୍ୟୁତ ବିଲ୍, ଫୋନ ବିଲ୍, ପାଣି ବିଲ୍ ଭରିବା ସହ ବିଭିନ୍ନ ଜରୁରୀ ସାର୍ଟିଫିକେଟ ଏହି ସେବା କେନ୍ଦ୍ରରେ ଲୋକମାନେ ଶୀଘ୍ର ପାଇପାରିବେ ।

ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସମଗ୍ର ଓଡିଶାବାସୀଙ୍କ ନିଜ ପରିବାର ବୋଲି କହିଥିଲେ । ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନାରେ, ଓଡିଶା ମୋ ପରିବାର ପାଇଁ ମୋ ସେବା କେନ୍ଦ୍ର ଆଉ ଏକ ସଫଳତା ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସେବା କେନ୍ଦ୍ର ଖୋଲା ଯାଇଥିବା ବେଳେ ଭଦ୍ରକବାସୀଙ୍କୁ ଏହି ସୁବିଧା ମିଳିପାରିବ ।

ଆଗକୁ ଭଦ୍ରକ ଜିଲ୍ଲାର ସବୁ ପଂଚାୟତ ସହିତ ପୌରାଞ୍ଚଳରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ  ପଦାଧିକାରୀ ମାନେ ଯୋଗ ଦେଇଥିବା ସୂଚନା ମିଳିଛି ।

   Related Posts