Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

‘ମୋ ସ୍କୁଲ’ ମୋବାଇଲ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ : ପିଲାଙ୍କ ସହ ଶିଶୁ ଦିବସ ପାଳିଲେ, ଗିଫ୍ଟ ବାଣ୍ଟିଲେ

14/11/2019 at 3:54 PM

ଭୁବନେଶ୍ବର ୧୪।୧୧: ଶିଶୁ ଦିବସରେ ‘ମୋ ସ୍କୁଲ’ ମୋବାଇଲ ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଏହାକୁ ଉନ୍ମୋଚନ କରାଯାଇଛି। ମୋ ସ୍କୁଲର ୨ ବର୍ଷ ପୂର୍ତ୍ତି ଅବସରରେ ଏହି ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାଦ୍ବାରା ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡି ହୋଇ ଅଧିକରୁ ଅଧିକ ଦାନ କରିପାରିବେ। ଏଥିସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇ ‘ମୋ ସ୍କୁଲ’ ଯୋଜନାର ସମୀକ୍ଷା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ, ମୋ ସ୍କୁଲ ଅଧକ୍ଷ, ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ଏବଂ ମୁଖ୍ୟ ଶାସନସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମୋ ସ୍କୁଲ ଯୋଜନାରେ ଲକ୍ଷେ ୬୬ ହାଜର ୬୦୮ ପୁରାତନ ଛାତ୍ରଛାତ୍ରୀ, ସଂସ୍ଥା ଓ ଅନୁଷ୍ଠାନ ଗୁଡିକ ବିଦ୍ୟାଳୟ ଗୁଡିକୁ ୩୪ କୋଟି ୮୭ ଲକ୍ଷ ୭୬ ହଜାର ୪୩୫ ଟଙ୍କା ଦାନ କରିଛନ୍ତି ।

ଏ ବାବଦରେ ସରକାର ୬୯ କୋଟି ୬୪ ଲକ୍ଷ ୪୫ ହଜାର ୮୭୧ ଟଙ୍କା ପ୍ରଦାନ କରିଛନ୍ତି । ୨ ବର୍ଷ ମଧ୍ୟରେ ୯ ହଜାର ୯୮୫ ଟି ବିଦ୍ୟାଳୟ ‘ମୋ ସ୍କୁଲ’ ଯୋଜନାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ ସିଶୁ ଦିବସ ପାଳିଥିଲେ । କୁନି କୁନି ପିଲାଙ୍କୁ ଗିଫ୍ଟ ବାଣ୍ଟିଥିଲେ ।

   Related Posts