‘ମୋ ସ୍କୁଲ’ ଯୋଜନା ଅଧ୍ୟକ୍ଷା ସୁସ୍ମିତା ବାଗଚିଙ୍କ ବ୍ରହ୍ମପୁର ଗସ୍ତ, ଡ୍ରିମ୍ସ ଯୋଜନାର କଲେ ପ୍ରଶଂସା

Published By : Prameya-News7 Bureau | October 21, 2019 IST

ବ୍ରହ୍ମପୁର ୨୧|୧୦: ମୋ ସ୍କୁଲ ଯୋଜନା ଅଧ୍ୟକ୍ଷା ସୁସ୍ମିତା ବାଗଚିଙ୍କ ବ୍ରହ୍ମପୁର ଗସ୍ତ । ବ୍ରହ୍ମପୁର ଭି ଭି ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସ୍ଥିତି ପରଖିଛନ୍ତି । ସ୍କୁଲର ଶୈକ୍ଷିକ ପରିବେଶ ଅନୁଧ୍ୟାନ କରିବା ପରେ ଅଧ୍ୟକ୍ଷା ସନ୍ତୋଷ ବ୍ୟକ୍ତ କରିଛନ୍ତି ।

{"id":172744}

ଗଞ୍ଜାମ ଜିଲ୍ଲାରେ ମେଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଅଧିକ ସଫଳତା ପାଇବା ଲକ୍ଷ୍ୟରେ ଆଜିଠାରୁ ଆରମ୍ଭ ହେଲା ଡ୍ରିମ୍ସ ଯୋଜନା । ଏଭଳି ଯୋଜନାକୁ ମଧ୍ୟ ଭୂୟସୀ ପ୍ରଶଂସା କରିଲେ ମୋ ସ୍କୁଲ ଯୋଜନା ଅଧ୍ୟକ୍ଷ ସୁସ୍ମିତା ବାଗଚି । ଜିଲ୍ଲାର ସମସ୍ତ ସ୍କୁଲରେ ପ୍ରତ୍ୟେକ ସପ୍ତାହର ସୋମବାର ଓ ଗୁରୁବାର ଦିନ ଦଶମ ଶ୍ରେଣୀର ପରୀକ୍ଷା ଅନୁଷ୍ଠିତ ହେବ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଜ୍ଞାନର ମାନଦଣ୍ଡକୁ ମୂଲ୍ୟାଙ୍କନ କରାଯାଇ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷାଦାନର ବ୍ୟବସ୍ଥା କରାଯିବ । ଏହା ହୋଇପାରିଲେ ମେଟ୍ରିକ୍ ବୋର୍ଡ ପରୀକ୍ଷାରେ ଭଲ ସଫଳତା ହାସଲ କରିବା ଲକ୍ଷ୍ୟ ରଖିଥିବା ଶିକ୍ଷକ ଶିକ୍ଷୟିତ୍ରୀ କହିଛନ୍ତି ।

{"id":172745}

ମେଟ୍ରିକ୍ ବୋର୍ଡ ପରୀକ୍ଷାରେ ଯେପରି କୌଣସି ଛାତ୍ରଛାତ୍ରୀ ଫେଲ୍ ନହେବେ ସେଥିପ୍ରତି ଦୃଷ୍ଟି ଦେଇ ଏଭଳି ପଦକ୍ଷେପ ଗ୍ରହଣ କରାଇଛି । ଏଭଳି ପଦକ୍ଷେପକୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସ୍ବାଗତ କରିଥିବା ବେଳେ ମୋ ସ୍କୁଲ ଯୋଜନା ଅଧ୍ୟକ୍ଷା ସୁସ୍ମିତା ବାଗଚି ମଧ୍ୟ ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.