ଆଜିଠୁ ଶୁଭାରମ୍ଭ ହେବ 'ମୋ ସରକାର' ଯୋଜନା : ସହିଦନଗର ଥାନା ଓ କ୍ୟାପିଟାଲ୍ ହସ୍ପିଟାଲରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 02, 2019 IST

ଭୁବନେଶ୍ବର ୨।୧୦:  ଆଜିଠାରୁ  ରାଜ୍ୟ ସରକାର  ଆରମ୍ଭ କରିଛନ୍ତି “ମୋ ସରକାର” କାର୍ଯ୍ୟକ୍ରମ ।  ଆଜି ପ୍ରଥମେ ଗୋଟିଏ ଥାନା ଓ ଗୋଟିଏ ଡାକ୍ତରଖାନାରୁ ନିଜେ ମୁଖ୍ୟମନ୍ତ୍ରୀ “ମୋ ସରକାର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଗୋଟିଏ ଡାକ୍ତରଖାନା ଓ ଗୋଟିଏ ଥାନାକୁ ଯାଇ ଲୋକଙ୍କୁ କିଭଳି ସେବା ଉପଲବ୍ଧ ହେଉଛି ତାହା ପଚାରି ବୁଝିବେ । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାକୁ ବଛାଯାଇଛି । ସରକାର 5T କାର୍ଯ୍ୟକ୍ରମ ଆଧାରରେ ହିଁ “ମୋ ସରକାର” କାର୍ଯ୍ୟକ୍ରମକୁ ସଫଳ କରିବାକୁ ଚାହୁଁଛନ୍ତି ।ଲୋକଙ୍କୁ ସେବା ଯୋଗାଉଥିବା ଏହି ସ୍ବାସ୍ଥ୍ୟ ଓ ପୋଲିସ ବ୍ୟବସ୍ଥା କିଭଳି ଚାଲିଛି ତାର ସିଧାସଳଖ ଫିଡ୍ ବ୍ୟାକ୍ ନେବେ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.