Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||
  • ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା
  • ||

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ମୋ’ ସରକାର କାର୍ଯ୍ୟକ୍ରମ : ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

26/08/2019 at 9:05 AM

ଭୁବନେଶ୍ବର ୨୬/୮: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟରେ ଅକ୍ଟୋବର ୨ରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ । ଗାନ୍ଧୀ ଜୟନ୍ତିରେ ପ୍ରଥମେ ସ୍ବାସ୍ଥ୍ୟ ବିଭାଗରୁ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟ ବିଭାଗରେ କିପରି ସେବା ମିଳୁଛି ସେନେଇ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହେବେ ।

ଏଥିପାଇଁ ସ୍ବାସ୍ଥ୍ୟ ବିଭାଗକୁ ଆସୁଥିବା ରୋଗୀ ମାନଙ୍କର ଟେଲିଫୋନ ନମ୍ବର ସଂଗ୍ରହ କରିବାକୁ ରାଜ୍ୟର ସବୁ ମେଡିକାଲ କଲେଜ, କଟକ ଶିଶୁ ଭବନ ଓ ସିଡିଏମଓ ମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ । ସର୍ଜରୀ ରୋଗୀ ଓ ତାହା ସହ ବିଭିନ୍ନ ବିଭାଗର ଓପିଡି, ଆଇପିଡିକୁ ଆସୁଥିବା ରୋଗୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ବିଭାଗକୁ ପଠାଇବାକୁ କୁହାଯାଇଛି । ମେଡିକାଲ କଲେଜ ହସ୍ପିଟାଲରେ ଦିନକୁ ୨୦ ଜଣ ରୋଗୀଙ୍କ ନମ୍ବର, ଜିଲ୍ଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଓ ସିଏଚସିକୁ ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କ ଭିତରୁ ଦିନକୁ ୫ ଜଣ ରୋଗୀଙ୍କ ନମ୍ବର ସଂଗ୍ରହ କରି ସରକାରଙ୍କୁ ପଠାଇବାକୁ ନିର୍ଦେଶ ଦିଆଯାଇଛି ।

ଏହାସହ ସେମାନେ ଫିଡବ୍ୟାକ ଫର୍ମ ପୁରଣ କରି ପଠାଇବେ ବୋଲି ନିର୍ଦ୍ଦେଶ ରହିଛି । ସେପଟେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କହିଛନ୍ତି ଡାକ୍ତରଖାନାରେ ଭିତ୍ତିଭୂମି ନାହିଁ କି ଡାକ୍ତର ନାହାନ୍ତି ଏଥିରେ ରୋଗୀ କଣ ସେବା ପାଇବେ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହେବେ । ଏହା କେବଳ ଲୋକ ଦେଖାଣିଆ । ଏହାର ଜବାବ ରଖିଛି ବିଜେଡି ।

   Related Posts