Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ମୋ ସରକାର ଯୋଜନା କଣ ଏହାକୁ ଅତି ସରଳ ଭାବେ ବୁଝାଇଲେ ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍

14/09/2019 at 5:40 PM

ଭୁବନେଶ୍ବର୧୪|୯: ମୋ ସରକାର ମାଧ୍ୟମରେ ସିଧାସଳଖ ଲୋକଙ୍କ ଭଲମନ୍ଦ ବୁଝିବେ ମୁଖ୍ୟମନ୍ତ୍ରୀ । ଗାନ୍ଧୀ ଜୟନ୍ତୀ ଅବସରରେ ୫-ଟି କାର୍ଯ୍ୟକ୍ରମକୁ  ଭିତ୍ତିକରି ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ । ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ସିଧା ଫୋନ କରିବେ ଜନତାଙ୍କୁ । ଥାନା ଓ ହସ୍ପିଟାଲରେ ଲୋକଙ୍କୁ ଅଧିକାରୀ କିପରି ବ୍ୟବହାର କରୁଛନ୍ତି । ଥାନାରେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉଛି କି ନାହିଁ, ହସ୍ପିଟାଲରେ କିପରି ସେବା ଉପଲବ୍ଧ ହେଉଛି, ମୋଟାମୋଟି ଭାବେ ସରକାରୀ ବ୍ୟବସ୍ଥାକୁ ନେଇ ଲୋକଙ୍କ ଅନୁଭବ ବିଷୟରେ ପଚାରି ବୁଝିବେ ନବୀନ । ସେପଟେ ମୋ ସରକାର ଯୋଜନା କଣ ଏହାକୁ ଅତି ସରଳ ଭାବେ ବୁଝାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ।….

ଗାନ୍ଧିଜୟନ୍ତୀରୁ ଲାଗୁ ହେବ ‘ମୋ ସରକାର’ । ସେଥିପାଇଁ ଯୋରଦାର ପ୍ରସ୍ତୁତିରେ ଲାଗିଛନ୍ତି ନବୀନଙ୍କ  ଟିମ । ଫାଇଭ-ଟି ମନ୍ତ୍ର ମାଧ୍ୟମରେ ଲୋକଙ୍କ ଜୀବନ ଧାରଣର ମାନରେ କିଭଳି ଉନ୍ନତି ଆସିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଥାନା ଓ ଡାକ୍ତରଖାନାରୁ ପ୍ରଥମକରି ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ । ସେଥିପାଇଁ ପ୍ରଥମ ଦଫାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୩୫ ଥାନା ଅଧିକାରୀଙ୍କ ସହ ଭିଡିଓ କନଫେରନ୍ସିଂ  ଜରିଆରେ କଥା ହୋଇଛନ୍ତି । ନବୀନ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ଲୋକଙ୍କ ପାଇଁ  କାମ କର । ତାହାଲେ ଆଗୁଆ ପଦନ୍ନୋତି ମିଳିବ । ପ୍ରତିମାସରେ ଭଲ କାମ ପାଇଁ “ମୋ ସରକାର” ପୁରସ୍କାର ମିଳିବ । ଲୋକଙ୍କୁ  କିଭଳି ସେବା ଯୋଗାଇ ଦିଆଯାଉଛି ସେନେଇ ନିଜେ ନବୀନ ଲୋକଙ୍କ ଫିଡବ୍ୟାକ ନେବେ ବୋଲି ଅଧିକାରୀଙ୍କୁ ଚେତାଇଛନ୍ତି । ଯଦି ଭଲ କାମ ନକରନ୍ତି  ସେଥିପାଇଁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫାସଫା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଣିକି ଥାନାକୁ ଯିଏ ଅଭିଯୋଗ ନେଇ ଯିବ ତାଙ୍କ ଫୋନ୍ ନମ୍ବର ନୋଟ୍ କରିବେ ଥାନାବାବୁ । ବ୍ୟକ୍ତିଙ୍କ ଫୋନ୍ ନମ୍ବର ନଥିଲେ ସଂପର୍କିୟକଙ୍କ ନମ୍ବର ରହିବ ଥାନାରେ । କାରଣ ଯେକୌଣସି ମୂହୁର୍ତ୍ତରେ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ଯଦି ଫୋନ୍ ନମ୍ବର ନଥାଏ ତାହାଲେ ଥାନାବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କ ଯୁକ୍ତି, ଥାନା ଓ ଡାକ୍ତରଖାନାକୁ ଲୋକେ ଦୁଃଖ ଓ କଷ୍ଟ ସମୟରେ ଆସନ୍ତି । ତେଣୁ ଲୋକଙ୍କ କାମ ଶୀଘ୍ର ହେବା ଦରକାର । ଯେଉଁ ଅଧିକାରୀ ହେଳା କରିବେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ । ବିରୋଧୀ କହିଛନ୍ତି ଏସବୁ କାନକୁ ଭଲ ଶୁଣାଯାଉଛି । ହେଲେ ତଳ ସ୍ତରରେ ଲୋକଙ୍କୁ ସେବା ଠିକ୍ ମିଳୁନି ।

ମୋ ସରକାର କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଥମ ବୋଲି ଓଡିଶା ସରକାରଙ୍କ ଦାବି । ତେବେ 5-T ବ୍ୟବହାର କରି ସରକାର ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ତାହା ତଳସ୍ତରରେ ଲୋକଙ୍କ ହିତରେ କେତେ ଲାଗୁଛି ତାହା ସମୟ ହିଁ କହିବ ।

   Related Posts