ଡାକ୍ତରଖାନା ଓ ଥାନାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ମୋ ସରକାର କାର୍ଯ୍ୟକ୍ରମ

Published By : Prameya-News7 Bureau | October 02, 2019 IST

wp:paragraph {"align":"left"}

ଭୁବନେଶ୍ୱର ୦୨।୧୦- ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ମୋ ସରକାର କାର୍ଯ୍ୟକ୍ରମ।  ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଯାଇ ଡାକ୍ତରଖାନାରେ ମୋ ସରକାର କାର୍ଯ୍ୟକ୍ରର ଶୁଭାରମ୍ଭ କରିଥିଲେ ନବୀନ। ଏହା ପରେ ସେ ଯାଇଥିଲେ ଭୁବନେଶ୍ବରର ସହିଦ ନଗର ଥାନା। ସେଠାରେ ମଧ୍ୟ ସେ ଥାନାର କାର୍ଯ୍ୟ ନେଇ ମଧ୍ୟ ବୁଝିଥିଲେ।

{"id":165528}

ଲୋକେ ସରକାରଙ୍କ କାର୍ଯ୍ୟ ଦେଖିଥାନ୍ତି ଡାକ୍ତରଖାନାରେ। ଯେଉଁଠାକୁ ଚିକିତ୍ସା ପାଇଁ ଯାଇଥାନ୍ତି। ସରକାରଙ୍କ କାର୍ଯ୍ୟ ଦେଖିଥାନ୍ତି ଥାନାରେ। ଯେଉଁଠାରେ ନ୍ୟାୟ ପାଇବାକୁ ଯାଇଥାନ୍ତି ନ୍ୟାୟ ପାଇବାକୁ । ଆଉ ଉଭୟ (ଡବଲ ୱିଣ୍ଡୋ) ସ୍ଥାନରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟା ୫ ଟା ୪୫ ମିନିଟରେ ନବୀନ ପହଞ୍ଚିଥିଲେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଆଉ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

{"id":165529}

ପରେ ପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ସହିଦ ନଗର ଥାନାରେ, ଥାନା ଓ ଡାକ୍ତରଖାନାକୁ ଯାଉଥିବା ପ୍ରତ୍ୟକ ବ୍ୟକ୍ତିର ଟେଲିଫୋନ ନମ୍ବର ରେଜିଷ୍ଟ୍ରି କରାଯିବ। ଆଉ ଯଦି ୨୪ ଘଣ୍ଟା ମଧ୍ୟରେ ସେହି ନମ୍ବରକୁ ମେସେଜ ଯାଇନାହିଁ ତେବେ ବ୍ୟକ୍ତି ୧୪୫୪୫କୁ କଲ କରିପାରିବେ।

ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର, ସୁନ୍ଦରଗଡ, ମାଲକାନଗିରି , ବାରିପଦା, ନୟାଗଡ ଓ କଳାହାଣ୍ଡି  ଚିକିତ୍ସା ବିଷୟରେ ଜିଲ୍ଲାର ଲୋକଙ୍କ ସହ  ସରକାରୀ ଡାକ୍ତରଖାନା  ବିଷୟରେ କଥାବାର୍ତ୍ତା ହୋଇଛନ୍ତି ।

ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ରହିଛି ଉଦ୍ଦେଶ୍ୟ। ସରକାରଙ୍କୁ ଜନସାଧାରଣଙ୍କ ସହିତ ଯୋଡ଼ିବା ଲାଗି ରହିଛି ଉଦ୍ଦେଶ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.