ମୋ ଡାକ୍ତରଖାନା ମୋ ଗର୍ବ ଓ ମୋ ସଚେତନ ଲୋଗୋ ଉନ୍ମୋଚନ କଲେ ଗଞ୍ଜାମ ଜିଲ୍ଲାପାଳ

Published By : Prameya-News7 Bureau | November 21, 2019 IST

ବ୍ରହ୍ମପୁର ୨୧ | ୧୧: ବ୍ରହ୍ମପୁରଠାରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଦୁଇଟି କାର୍ଯ୍ୟକ୍ରମର ଲୋଗୋକୁ ଉନ୍ମୋଚନ କରିଛନ୍ତି।  ମୋ ଡାକ୍ତରଖାନା ମୋ ଗର୍ବ ଓ ମୋ ସଚେତନ ଲୋଗୋକୁ ଉନ୍ମୋଚନ କରିଲେ ଗଞ୍ଜାମ ଜିଲ୍ଲାପାଳ। ଗୁଣି ଗାରେଡି ଓ ଅନ୍ଧ ବିଶ୍ବାସ ଠାରୁ ଦୂରେଇ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଲୋକଙ୍କୁ ସଚେତନ କରେଇବା ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ।

{"id":187693,"sizeSlug":"large"}

ମୋ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇ ସମାଜରେ କୁସଂସ୍କାର ହଟାଇବାକୁ ପରାମର୍ଶ ଦେଇଛନ୍ତି।  ମୋ ଡାକ୍ତରଖାନା ମୋ ଗର୍ବ କାର୍ଯ୍ୟକ୍ରମ ମାଧ୍ୟମରେ ଡାକ୍ତରଖାନାର ଉନ୍ନତି କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଡାକ୍ତରଖାନାରେ ସମାଜର ବିଭିନ୍ନ ବର୍ଗ ସାମିଲ୍ ରହି କିଭଳି ଭାବେ ଉନ୍ନତି କରାଯାଇପାରିବ ସେ ନେଇ ଦାୟିତ୍ବବାନ୍ ହେବା ଉଚିତ୍ ବୋଲି ଜିଲ୍ଲାପାଳ କହିଛନ୍ତି।

{"id":187694,"sizeSlug":"large"}

ମୋ ଗେହ୍ଲା ଝିଅ ଓ ନିର୍ଭୟ କଢ ଦିବସ ପାଳନ କରି କନ୍ୟା ସନ୍ତାନ ସମାଜର ଗୌରବ ବୋଲି ଜିଲ୍ଲାପାଳ କହିଛନ୍ତି। ଶିଶୁ ପୁତ୍ର ଓ ଶିଶୁ କନ୍ୟା ମଧ୍ୟରେ ଅନୁପାତ କମୁଥିବାରୁ ସମାଜରେ ବିଭିନ୍ନ ପ୍ରକାର ବ୍ୟାଧି ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି କନ୍ୟା ସନ୍ତାନକୁ କିଭଳି ସମ୍ମାନ ଓ ଗୁରୁତ୍ବ ପ୍ରଦାନ କରାଯିବ ସେ ନେଇ ମୋ ଗେହ୍ଲା ଝିଅ ଓ ନିର୍ଭୟ କଢୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

{"id":187695,"sizeSlug":"large"}

ଏହି ଉତ୍ସବରେ କନ୍ୟା ସନ୍ତାନଙ୍କ ମାଆ ମାନଙ୍କୁ ଗଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମାଜରୁ ବାଲ୍ୟ ବିବାହ ଭଳି କୁସଂସ୍କାରକୁ ଉଚ୍ଛଦ୍ଦ କରିବାକୁ ଗଞ୍ଜାମ ଜିଲ୍ଲାପାଳ ସମଶଅଥଙ୍କୁ ଶପଥ କରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.