ଆଜିଠୁ ଭୁବନେଶ୍ବରରେ ଶୁଭାରମ୍ଭ ହେବ ‘ମୋ ବସ୍’ ସେବା ; ପ୍ରଥମ ପର୍ଯ୍ୟାୟରେ ଗଡିବ ୧୦୦ଟି ବସ୍
6/11/2018 at 9:27 AM

ଭୁବନେଶ୍ବର ୬|୧୧: ଆଜିଠୁ ଭୁବନେଶ୍ବରରେ ଶୁଭାରମ୍ଭ ହେବ ମୋ ବସ୍ ସେବା । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ୍ ଗଡିବ । ୯ଟି ରୁଟରେ ଚାଲିବ ସିଟି ବସ୍ । ଏହି ବସରେ ଜିପିଏସ୍, ୱାଇଫାଇ ଓ ସିସଟିଭି କ୍ୟାମେରା ଲାଗିଛି । ବିଶେଷକରି ମହିଳା ଯାତ୍ରୀଙ୍କ ନିରାପତ୍ତାକୁ ଗୁରୁତ୍ବ ଦିଆଯାଇଛି । ବସରେ ପବ୍ଲିକ୍ ଆଡ୍ରେସ ସିଷ୍ଟମ ଅର୍ଥାତ୍ କିଛି ସିଟ୍ ବ୍ୟବଧାନରେ ଏକ ସ୍ପିକର ମେସିନ୍ ରଖାଯାଇଛି । ଏଥିରେ ଯାତ୍ରୀମାନେ କହିଲେ କଣ୍ଡକ୍ଟର ଓ ବସ୍ ଚାଳକଙ୍କୁ ଏହା ଜୋରରେ ଶୁଣାଯିବ । ଯାତ୍ରୀମାନେ ଯେଉଁଠି ଓହ୍ଲାଇବାକୁ ଚାହିଁଲେ ଏହାକୁ ବ୍ୟବହାର କରିପାରିବେ । ମୋଟ୍ ୩ଟି ପର୍ଯ୍ୟାୟରେ ରାଜଧାନୀରେ ୩ଶହ ବସ୍ ଚାଲିବ ।’ମୋ ବସ୍’ ସେବା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Related Posts
ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
23 April 2021