ଆଜିଠୁ ସବୁ ରୁଟ୍‌ରେ ଗଡିଲା ମୋ ବସ୍

Published By : Prameya-News7 Bureau | December 01, 2020 IST

ଭୁବନେଶ୍ୱର ୦୧/୧୨:  ରାଜଧାନୀବାସୀଙ୍କୁ ଆଉ ଏବେ ଯିବା ଆସିବା ପାଇଁ ହଇରାଣ ହରକତ ହେବେନି । ଅଧିକ ଭଡା କରି ଯିବାକୁ ମଧ୍ୟ କୌଣସି ଜାଗାକୁ ଯିବାକୁ ପଡିବନି । କାରଣ ମଙ୍ଗଳବାରଠୁ ସବୁ ରୁଟ୍‌ରେ ଗଡିଛି ‘ମୋ ବସ୍‌’ ।  

ସୋମବାରଠୁ ପୂର୍ବ ଭଳି ମୋ ବସ୍‌ ଚଳାଚଳ ସ୍ୱାଭାବିକ ହେବ । ଏନେଇ କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ କେବଳ ୨୯ନଂ ରୁଟ୍‌ରେ ବସ୍‌ ଗଡ଼ିବନି ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ କିଛି ରୁଟ୍‌ରେ ମୋ ବସ୍‌ ଚଳାଚଳ ଆରମ୍ଭ କରାଯାଇଥିଲା । କରୋନା ଯୋଗୁଁ ଏହାର ଚଳାଚଳ ସାମୟିକ ସମୟ ପାଇଁ ବନ୍ଦ ରହିଥିଲା । କିନ୍ତୁ ସେପ୍ଟେମ୍ବର ମାସରେ ଯାତ୍ରୀଙ୍କ ସୁବିଧା ପାଇଁ ୮ଟି ରୁଟ୍‌ରେ ଏହି ବସ୍‌ ସେବା ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.