Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ରାଜଧାନୀରେ ମୋ ବସ ସେବା ଠପ୍, ଯାତ୍ରୀ ହନ୍ତ ସନ୍ତ

24/06/2019 at 8:42 PM

ଭୁବନେଶ୍ବର୨୪|୬: ଧାରଣା ରେ ବସିଲେ ମୋ ବସ  କଣ୍ଡକ୍ଟର।  ରାଜଧାନୀରେ   ୧୨ ଟି ରୁଟରେ ଚଳାଚଳ କରୁଥିବା ମୋ ବସ ସେବା ଠପ।  ଦିର୍ଘଦିନର  ପୁଂଜିଭୁତ  ଅସନ୍ତୋଷ  ଯୋଗୁଁ ମୋ ସେବାରୁ  ନିବୃତ ରହି   ଦାବୀ  ପୁରଣ ପାଇଁ   ଧାରଣା  ଦେଲେ ଶହ ଶହ  ମୋ ବସ କଣ୍ଡକ୍ଟର।

ମୋ ବସ ଡିପୋ  ସମ୍ମୁଖରେ କଣ୍ଡକ୍ଟର ମାନଙ୍କ  ଧାରଣା।  ମୋ ବସ ଡିପୋ ସମ୍ମୁଖରେ ମୋ ବସ କଣ୍ଡକ୍ଟର ମାନଙ୍କ ହାଲ୍ଲା ବୋଲ। ବସ  ଡିପୋରେ ପଡିଲା ତାଲା। ଭୁବନେଶ୍ବର  ସମ  ହସପିଟାଲ ନିକଟ ଶାମପୁର ମୋ ବସ ଡିପୋ ସମ୍ମୁଖରେ ମୋ ବସ କଣ୍ଡକ୍ଟରମାନେ ଆନ୍ଦୋଳନ କରିଛନ୍ତି   ।

ଦିର୍ଘ ଦିନହେଲା   ମୋ ବସ  କଣ୍ଡକ୍ଟର ମାନଙ୍କୁ ଦରମା ମିଳି ନଥିବାରୁ ଏହାର ପ୍ରତିବାଦ କରି  ବସ ଡିପୋ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ଏହା ସହ ଦରମାରୁ ଟଙ୍କା କଟିବା,   ଅରିଜିନାଲ ସାଠର୍ଟିଫିାକଟ ନ ଫେରାବା ନେଇ  ମଧ୍ୟ ମୋ ବସ କଣ୍ଡକ୍ଟର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭୁବନେଶ୍ବର   ୨୦, ୨୧, ୨୨ ଖୋର୍ଦ୍ଧା ରୁଟ,୨୩,୨୪,୨୫, ୨୬  ଡୁମ ଡୁମା ଚକେଇ ସିଆଣି ୨୭ ନମ୍ବର, ଏମ୍ସ ରୁଟ- ୨୮,୨୯ ହାଇଟେକ ମେଡିକାଲ, ସମ ହସପିଟାଲ ରୁଟ, ଭଳି ୧୨ ରୁଟରେ   ମୋ  ବସ ଚଳଚଳ  ଠପ​‌ ହୋଇଛି। 

 

କ୍ୟାପିଟାଲ ରିଜି ଅନ ଅର୍ବାନ ଟ୍ରାନସପୋର୍ଟ ବା କ୍ରୁଟ  ଦ୍ବାର ପରିଚାଳିତ ମୋ ବସ ସେବା ପାଇଁ ପେରିଗ୍ରିନ ଗାର୍ଡିଙ୍ଗ ପ୍ରାଇଭେଟ ଲିମିଟେଡ  ନିଯୁକ୍ତି କରାଯାଇଛି। ପେରିଗ୍ରିନ ଗାର୍ଡିଙ୍ଗ ପ୍ରାଇଭେଟ ଲିମିଟେଡ    ଅଧିନରେ କାମ କରୁଥିବା କଣ୍ଡକ୍ଟର ମାନଙ୍କ ଦରମା ବକେୟା ରଖାଯାଇଥିବାରୁ   ବସ ସେବା ବନ୍ଦ କରି    ଡିପୋ ସମ୍ମୂଖରେ ଧାରଣା ଦେଇଥିଲେ କଣ୍ଡକ୍ଟର ।

ସେପଟେ ୧୨ ଟି ରୁଟ​‌ରେ ମୋ ବସସେବା  ଠପ ହୋଇଥିବାରୁ   ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କିଏ ମେଡିକାଲ ତ ଆଉ  କିଏ କର୍ମକ୍ଷେତ୍ରକୁ  ଯିବାକୁ  ବହାରିଥିଲେ । ବସ ଷ୍ଟପ ଗୁଡିକକରେ ଯାତ୍ରୀ ମାନେ ଦୀର୍ଘ ସମୟ ଧରି ମୋ ବସକୁ  ଅପେକ୍ଷା କରିଥିଲେ । ବରିଷ୍ଠ ନାକରିକଙ୍କ ସହ ଛାତ୍ର ଛାତ୍ରୀ ମାନେ ବସ ନାପାଇ  ହଇରାଣ ହରକତ ହେବାରଦେଖିବାକୁ ମିଳିଥିଲା। କିଏ  ଅଧିକ ଟଙ୍କା ଖର୍ଚ୍ଚ କରି ;ଅଟୋ ଭଡା  କରି ଯାଉଥିବା ଦେଖିବାକୁ ମିଳିଥିଲା। ରୁଟରେ ବସ  ମୋ ବସ ସେବା ବ ପ୍ରଶାସନ ଉପରେ ଅସନ୍ତୋଷ ଜାହିର କରିଥିଲେ ।

ସହରାଞ୍ଚଳ ଯାତ୍ରୀ  ପରିବହନ  ଅଧିକ ସୁଗମ୍ୟ କରିବା ଳକ୍ଷରେ ନଭେମ୍ବର ୨୦୧୮ ରେ ରାଜଧାନୀରେ ଆରମ୍ଭ ହୋଇଥିଲା ମୋ ବସ ସେବା। ପରିଚାନଳା ତ୍ରୁଟି ହେଉକି   ପ୍ରଶାସନିକ ଅବହେଳା,  ବସ କଣ୍ଡକ୍ଟରମାନଙ୍କୁ    ଆନ୍ଦୋଳଳନରୁ ସ୍ପଷ୍ଟ ବାରି ହୋଇ ପଡୁଛି।ଏ ଯାତ୍ରୀଙ୍କସ୍ବାର୍ଥକୁ ଦୃଷ୍ତଟିରେ  ରଖି ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ଅଧିକ  ଯତ୍ନାବାନ ହେବାକୁ  ଦାବି ହୋଇଛି।

   Related Posts