ଆସନ୍ତାକାଲିଠୁ କଟକ-ଭୁବନେଶ୍ୱରରେ ଗଡିବ ମୋ ବସ୍, ମାସ୍କ୍ ପିନ୍ଧିଥିଲେ କରିପାରିବେ ଯାତ୍ରା
25/05/2020 at 6:04 PM

ଭୁବନେଶ୍ୱର, ୨୫|୦୫: ଆସନ୍ତାକାଲିଠୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ଗଡିବ ମୋ ବସ୍ । ଏହା ପ୍ରଥମେ ୭ଟି ରୁଟରେ ଚଳାଚଳ କରିବ । ତେବେ କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ହିଁ ବସରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି ।
ତେବେ ବସରେ ଠିଆ ହୋଇ କୌଣସି ଯାତ୍ରୀ ଯାତ୍ରା କରିବା ପାଇଁ ମନା କରାଯାଇଛି । ସେହିପରି ଟିକେଟର ସଠିକ ମୂଲ୍ୟ ଅନୁଯାୟୀ ଖୁଚୁରା ଦେବାକୁ ପଡିବ । ତେବେ ମୋ ବସ୍ ଚଳାଚଳ କରିବା ନେଇ ରୁଟ୍ ସ୍ଥିର ହୋଇଛି । ଏହି ରୁଟ୍ ଗୁଡିକ ହେଲା ଏୟାରପୋର୍ଟରୁ ସିଡିଏ, ନନ୍ଦନ ବିହାରରୁ ଲିଙ୍ଗିପୁର, ମାଷ୍ଟର କ୍ୟାଣ୍ଟିନରୁ ସିଡିଏ । ସେହିପରି ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଧା, ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନରୁ ଏମସ୍ ଓ ଡୁମୁଡୁମାରୁ ମଞ୍ଚେଶ୍ୱର ଚଳାଚଳ କରିବ ମୋ ବସ୍ ।