ଆଜିଠୁ ସମସ୍ତ ରୁଟରେ ଗଡିବ 'ମୋ ବସ୍'

Published By : Prameya-News7 Bureau | January 04, 2021 IST

ଭୁବନେଶ୍ୱର ୦୪।୦୧ :  ଆଜିଠୁ ସମସ୍ତ ରୁଟରେ ଗଡିବ ମୋ ବସ୍ । ପରିସ୍ଥିତିରେ ସୁଧାର ଆସିଥିବାରୁ ଏଣିକି ସମସ୍ତ ରୁଟରେ ମୋ ବସ୍ ଚଳାଚଳ କରିବ । ରୁଟ ଗୁଡିକରେ କିପରି ଯାତ୍ରୀ ଖୁବ୍ କମ ସମୟ ମଧ୍ୟରେ ବସ୍ ସେବା ପାଇପାରିବେ ସେଥିପାଇଁ ବସ୍ ସେବାକୁ ବୃଦ୍ଧି କରାଯାଇଥିବା କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାପୂର୍ବରୁ ରୁଟ ନମ୍ବର ୨୯କୁ ଛାଡି ଦେଲେ ଅନ୍ୟ ସମସ୍ତ ରୁଟରେ ୧୪୪ ଖଣ୍ଡ ମୋବସ୍ ଚଳାଚଳ କରୁଥିଲା । ଏବେ ସମୁଦାୟ ୨୩ ଟି ରୁଟରେ ୧୫୯ ଟି ବସ୍ ଚଳାଚଳ କରିବ । ଆଜି ରୁଟ୍ ନମ୍ବର ୨୯ରେ ବସ ଚଳାଚଳ କରିବା ପାଇଁ କ୍ରୁଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ରୁଟ କେବି ୯ କଳିଙ୍ଗବିହାର ରୁ ସାଇ ମନ୍ଦିରକୁ ସଂଯୋଗ କରୁଛି । ଟଙ୍କପାଣି ଠାରେ ରାସ୍ତା କାମ ଚାଲୁଥିବାରୁ ବସ୍ ଚଳାଚଳ ବନ୍ଦ ଥିଲା ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ବସ୍‌ ଚଳାଚଳ ଉପରେ ରୋକ ଲାଗିଥିଲା । ସଂକ୍ରମଣ ସଂଖ୍ୟା ଏବେ ଧିରେ ଧିରେ କମିବାରେ ଲାଗିଛି । ରାଜ୍ୟରେ କରୋନାର ସଂକ୍ରମଣ ଗ୍ରାଫ୍‌ ତଳମୁହାଁ ହୋଇରହିଛି । ତେଣୁ ଧିରେ ଧିରେ ସମସ୍ତ ବସ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା । ପୂର୍ବରୁ କିଛି ନିର୍ଦ୍ଦିଷ୍ଠ ରୁଟ୍‌ ମୋ ବସ୍‌ ଚଳାଚଳ କରୁଥିଲା । କିନ୍ତୁ ଏବେ ସମସ୍ତ ରୁଟ୍‌ରେ ଚଳାଇବାକୁ ଅନୁମତି ଦିଆଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.