କଟକରେ ମୋ ବସ୍ ଚଳାଚଳକୁ ବିରୋଧ

Published By : Prameya-News7 Bureau | March 05, 2019 IST

କଟକ ୫/୩: କଟକରୁ ମୋ ବସ୍ ଚଳାଚଳକୁ ବିରୋଧ କଲା କଟକ ପ୍ରାଇଭେଟ୍ ବସ୍ ଓନର୍ ଆସୋସିଏସନ। ଆଜି ଘରୋଇ ବସ୍ ମାଲିକ ସଙ୍ଘ ମୋ ବସ୍ ଚଳାଚଳ କୁ ବିରୋଧ କରିବା ସହ ଲିଙ୍କ ରୋଡରେ ସବୁ ମୋ ବସ୍ ଚଳାଚଳକୁ ଜୋର ଜବରଦସ୍ତି ବନ୍ଦ କରିଦେଇଛି।ଓ ଏମ୍ ପି ରୁ ଭୁବନେଶ୍ବରରୁ ଚଳାଚଳ କରିବା ପାଇଁ ମୋ ବସର ପରମିଟ୍ ନଥିବା ଘରୋଇ ବସ୍ ମାଲିକ ସଙ୍ଘ କହିଛି।.ଏହା ସହ ମୋ ବସ୍ ଚଳାଚଳ କରିବାରୁ କଟକ-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଘରୋଇ ବସ୍ ଗୁଡିକର ବ୍ୟବସାୟ ବାଧାପ୍ରାପ୍ତ ହେଉଥିବା ଘରୋଇ ବସ୍ ମାଲିକ ସଙ୍ଘ ଅଭିଯୋଗ କରିଛି।

{"id":90921,"width":593,"height":333}

ଫଳରେ ଆଜି କଟକ-ଭୁବନେଶ୍ବର ମଧ୍ୟରେ ମୋ ବସ୍ ଚଳାଚଳ ବନ୍ଦ ରହିଛି। ସେପଟେ ମୋ ବସ୍ କର୍ମଚାରୀ ମାନେ କହିଛନ୍ତି, ଆଜିଠାରୁ ସେମାନଙ୍କୁ ଓ ଏମ୍ ପି ରୁ ଏମ୍‌ସ ବସ୍ ଚଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା.।ଫଳରେ ସେମାନେ ଆଜିଠାରୁ ନୂଆ ରୁଟ୍ ରେ ବସ୍ ଚଳାଚଳ ଆରମ୍ଭ କରିଥିଲେ।

{"id":90922,"width":593,"height":333}

ସେପଟେ କଟକ ଘରୋଇ ବସ୍ ମାଲିକ ସଙ୍ଘ କହିଛି ଯେ, କୌଣସି ବସ୍ କୁ ଓ ଏମ୍ ପି ରୁ ପରମିଟ୍ ମିଳିବା କଥା ନୁହେ।କାରଣ ଓ ଏମ୍ ପି ଏକ ବସ୍‌ଷ୍ଟାଣ୍ଡ ନୁହେଁ।ତେଣୁ ଏଭଳି ସ୍ଥିତିରେ ମୋ ବସ୍ ଗୁଡିକୁ କିପରି ଓ ଏମ୍ ପି ରୁ ଏମ୍‌ସ ପରମିଟ୍ ମିଳିଲା ସେ ନେଇ ପ୍ରଶ୍ନ କରିଛି କଟକ ଘରୋଇ ବସ୍ ମାଲିକ ସଂଘ। ଅନ୍ୟପଟେ ମୋ ବସ୍ ଗୁଡିକ ଲିଙ୍କରୋଡ୍ ଦେଇଭୁବନେଶ୍ବର ଯିବା ଆସିବା କଲେ ଘରୋଇ ବସ୍ ର ବ୍ୟବସାୟ ପ୍ରଭାବିତ ହେଉଥିବା କିଛି ଘରୋଇ ବସ୍ ମାଲିକ କହିଛନ୍ତି।ତେଣୁ ସେମାନେ ମୋ ବସ୍ ଗୁଡିକ ଅଟକାଇ ଦେଇଥିବା କହିଛନ୍ତି।

{"id":90924,"width":591,"height":332}

-ପୂର୍ବରୁ ମୋ ବସ୍ ଗୁଡିକ ସିଡିଏର ସୁଭାଷ ଚନ୍ଦ୍ର ସେତୁ ଦେଇ ବାରଙ୍ଗ ରାସ୍ତାରେ ଭୁବନେଶ୍ବର ଯିବା ଆସିବା କରୁଥିଲା। ମାତ୍ର ଆଜିଠାରୁ ସୁଭାଷ ସେତୁ ରାସ୍ତା ପରିବର୍ତ୍ତେ ମୋ ବସ୍ ଗୁଡିକ ଲିଙ୍କ ରୋଡ୍ ଦେଇ ଚଳାଚଳ ଆରମ୍ଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.