'ସାଇ'ର କଥା ରହିଲା, ଶୀଘ୍ର ବସ୍ ଆସିଲା, ଖୁସିରେ ସମସ୍ତେ କୁନି ପିଲାଟିକୁ କଲେ ସ୍ୱାଗତ

Published By : Prameya-News7 Bureau | January 12, 2021 IST

ଭୁବନେଶ୍ୱର,୧୨/୦୧:  'ମୋ ବସ'ରେ ଏମବିଏସ ସ୍କୁଲ ଛାତ୍ର ସାଇ ଅନ୍ୱେଷ ଅମୃତମଙ୍କୁ କରାଗଲା ସ୍ୱାଗତ । ସାଇ 'ମୋ ବସ'ର ସମୟ ବଦଳାଇବାକୁ ସରକାରଙ୍କୁ ଅନୁରୋଧ କରି ଚର୍ଚ୍ଚାକୁ ଆସିଥିଲେ । ସେ 'ମୋ ବସ'ରେ ଚଢିବା ପରେ ବସ୍ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିବା ସହ ଫଟୋ ମଧ୍ୟ ଉଠାଇଛନ୍ତି ।

ସୂଚନାନୁସାରେ, ସାଇ ୧୩ ନମ୍ବର ମୋ ବସରେ ଲିଙ୍ଗିପୁରରୁ ନିଜ ସ୍କୁଲକୁ ଯାଆନ୍ତି । ତାଙ୍କ ସ୍କୁଲରେ ଉପସ୍ଥାନ ସମୟ ହେଉଛି ୭ଟା ୩୦ । ବସ୍ ୭ଟା୪୦ରେ ଆସୁଥିବାରୁ ତାଙ୍କୁ ବିଳମ୍ବ ହେଉଥିଲା । ୯ ମାସ ପରେ ସ୍କୁଲ ଖୋଲିଥିଲା । କିନ୍ତୁ ସେ ବିଳମ୍ବରେ ପହଁଚିଥିଲେ । ୟୁନିଟ ୪ରେ ରହିଛି ତାଙ୍କ ସ୍କୁଲ । ପ୍ରଥମ ଦିନ ସ୍କୁଲରୁ ଆସିବା ପରେ ସେ ମୋ ବସ କର୍ତୃପକ୍ଷଙ୍କୁ ନିଜ ସମସ୍ୟା ବାବଦରେ ଜଣାଇଥିଲେ । ଏହାକୁ ଗୁରୁତର ସହ ନେଇଥିଲେ କ୍ରୁଟ୍ ନିର୍ଦ୍ଦେଶକ ଅରୁଣ ବୋଥ୍ରା । ସେ ବସର ସମୟ ୭ଟା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସୋମବାରଠୁ ବସ୍ ସକାଳ ୭ଟାରେ ଲିଙ୍ଗିପୁରରୁ ଛାଡୁଛି ।

wp:html /wp:html

ସୋମବାର 'ମୋ ବସ'ରେ ଚଢିବା ପରେ ତାଙ୍କୁ କର୍ମଚାରୀମାନେ ସ୍ୱାଗତ କରିଥିଲେ ।ଏପରିକି ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ । ଏନେଇ ଅରୁଣ ବୋଥ୍ରା ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି । ଏହାସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଏପରିକି ସାଇଙ୍କୁ ଭିଆଇପି ଯାତ୍ରୀ କହିଛନ୍ତି । ଶ୍ରୀ ବୋଥ୍ରାଙ୍କ ଏହି ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.