ଦେଶର ଶ୍ରେଷ୍ଠ ସିଟି ବସ୍‌ ଭାବେ ପୁରସ୍କୃତ ହେଲା ଓଡିଶାର ‘ମୋ ବସ୍’

Published By : Prameya-News7 Bureau | November 17, 2019 IST

ଭୁବନେଶ୍ୱର ୧୭।୧୧ ଦେଶର ଶ୍ରେଷ୍ଠ ସିଟି ବସ୍‌ ଭାବେ ‘ମୋ ବସ୍’ ପୁରସ୍କୃତ ହୋଇଛି । ଲକ୍ଷ୍ନୌର ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଶ୍ରେଷ୍ଠ ସହରାଞ୍ଚଳ ବସ୍ ସେବା ପାଇଁ ‘ମୋ ବସ୍’କୁ ଦେଶର ଶ୍ରେଷ୍ଠ ସିଟି ବସ୍‌ ଭାବେ ପୁରସ୍କୃତ କରାଯାଇଛି ।

ଗତ ବର୍ଷ ନଭେମ୍ବର ୬ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ବସ୍’ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ଲୋକାଭିମୁଖୀ କରିପାରିଛି । ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ପାରୁଛି ‘ମୋ ବସ’ । ନିକଟରେ ‘ମୋ ବସ’ର ବାର୍ଷିକତ୍ସୋବରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ଭରସା ହାସଲ କରିପାରିଛି ‘ମୋ ବସ୍’ । ଗମନାଗମନକୁ ଅଧିକ ସୁବିଧାଜନକ କରିପାରିଥିବାରୁ ଆଜି ଲକ୍ଷ୍ନୌର ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସରେ ‘ମୋ ବସ’କୁ ଶ୍ରେଷ୍ଠ ସିଟି ବସ୍ ଭାବେ ପୁରସ୍କୃତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.