Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ପୁରୀ ବେଳାଭୂମିରେ ଶୌଚ ମନା, ନମାନିଲେ କାର୍ଯ୍ୟାନୁଷ୍ଠାନ ଓ ଜରିମନା, ଆରମ୍ଭ ହୋଇଛି ‘‘ ମୋ ବିଚ୍ ’’ ଅଭିଯାନ

15/08/2019 at 7:07 PM

ପୁରୀ ୧୫|୮: ପୁରୀ ପେଣ୍ଠକଟା ବେଳାଭୂମି ହେବ ଏବେ ସରସ ସୁନ୍ଦର। ବେଳାଭୂମିରେ ଶୌଚ ମନା, ନମାନିଲେ କାର୍ଯ୍ୟାନଷ୍ଠାନ ଓ ଜରିମନା। ପୌରସଂସ୍ଥା  ବସ୍ତି ଅଂଚଳରୁ ଅଳିଆ ଉଠାଇବ । ବସ୍ତି ଅଂଚଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ‘‘ ମୋ ବିଚ୍ ’’ ଅଭିଯାନ ଆରମ୍ଭ ହୋଇଥିବା ବେଳେ ପେଣ୍ଠକଟାକୁ ସ୍ୱଛ ଓ ନିର୍ମଳ ରଖିବା ପାଇଁ ଗଠନ ହୋଇଛି ୯ ଜଣିଆ କମିଟି । ଗାନ୍ଧି ଜୟନ୍ତୀ ଠାରୁ ପେଣ୍ଠକଟାକୁ ଖୋଲା ମଳ ମୁକ୍ତ ଅଂଚଳ ଘୋଷଣା କରାଯିବ ।

ପ୍ରଥମେ ସ୍ୱଚ୍ଛତା । ପୁରୀରେ ଏବେ ସ୍ୱଚ୍ଛତା ଡ୍ରାଇଭ୍ ପାଇ ଅଣ୍ଟାଭିଡିଛି ପ୍ରଶାସନ । ସେହି ଅଭିଯାନରେ ପ୍ରଥମେ ସହରର ସବୁଠୁ ବେଶି ଆବର୍ଜନା ପୂର୍ଣ୍ଣ ପେଣ୍ଠକଟାକୁ ଯୁଦ୍ଧକାଳୀନ ଭିତିରେ ସ୍ୱଛ , ନିର୍ମଳ ଓ ସୁନ୍ଦର କରିବାକୁ ପ୍ରୟସ ଆରମ୍ଭ ହୋଇଛି । ଖୋଦ୍ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ଏହାର ଅନୁଧ୍ୟାନ କରୁଛନ୍ତି । ପେଣ୍ଠକଟାରେ ଖୋଲାରେ ମଳତ୍ୟାଗ ନିଷେଧ କରାଯାଇଛି । ଏହା ନମାନିଲେ ଜରିମାନା ।

ବେଳାଭୂମିକୁ ପରିସ୍କାର , ପରିଚ୍ଛନ୍ନ ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ବେଳାଭୂମିରେ ଶୌଚ କିମ୍ବା ଘରର ଅଳିଆ ଆବର୍ଜନା ପକାଇବାକୁ ମନା କରିବା ସହ ସଫେଇ ଅଭିଯାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବସ୍ତି ଅଚଳକୁ ସ୍ୱଚ୍ଛ ରଖିବା ପାଇଁ ସେପ୍ଟେମ୍ୱର ପହିଲାରୁ ଅଳିଆ ସଂଗ୍ରହ କରାଯିବ। ଏହା ସହ ଯେଉଁ ମାନଙ୍କର ଶୌଚାଳୟ ନାହିଁ ତାର ଏକ ତାଲିକା ମଧ୍ୟ ପ୍ରସ୍ତୁତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ଲୋକଙ୍କ ପାଇଁ ପାଇଖାନା ବ୍ୟବସ୍ଥା କରାଯିବା ପରେ ଆସନ୍ତା ଗାନ୍ଧିଜୟନ୍ତୀ ପରଠୁ ପେଣ୍ଠକଟା ଅଂଚଳକୁ ଖୋଲା ମଳମୁକ୍ତ ଅଂଚଳ ଭାବେ ଘୋଷଣା କରାଯିବ। ମତ୍ସ୍ୟଜୀବୀ ରହୁଥିବା ଏହି ଅଞ୍ଚଳକୁ ଅଳିଆ, ଆବର୍ଜନା ଓ ଦୁର୍ଗନ୍ଧ ମୁକ୍ତ କରିବା ଲାଗି ସଚେତନତା କାର୍ଯ୍ୟ ଜୋରଦାର ହେବ । ଏଥିଲାଗି ବସ୍ତି ବାସିନ୍ଦାଙ୍କ ମୁଖିଆଙ୍କୁ ନେଇ ବାରମ୍ୱାର ବୈଠକ ସହ ପରିସ୍କାର, ପରିଚ୍ଛନ୍ନତା ବାହାଲ ଲାଗି ଏକ ୯ ଜଣିଆ ପେଣ୍ଠକଟା ସ୍ୱଛତା କମିଟି ଗଠନ କରାଯାଇଛି ।

ପରିବେଶ ସ୍ୱଛ ଏବଂ ପରିଷ୍କାର ରହିଲେ ଲୋକେ ରହିବେ ସୁସ୍ଥ, ସମାଜ ହେବ ସୁନ୍ଦର । ଆଉ  ରାଜ୍ୟ ଓ  ଦେଶ ହେବ ଆଗୁଆ। ଏହି ନାରାକୁ ଆଧାର କରି ଜିଲ୍ଲାପାଳ ଏବେ  ପୁରୀକୁ ବିଶ୍ୱରେ ସ୍ୱଛ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଲୋକେ ବି ସମର୍ଥନରେ ବାହାରିଛନ୍ତି ।  

   Related Posts