Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ମହାରାଷ୍ଟ୍ରରେ ଛାୟା କ୍ୟାବିନେଟ: ଗୋଟିଏ ଆସନ ଜିତିଛନ୍ତି ରାଜ ଠାକରେ, କିନ୍ତୁ ତାଙ୍କ ସରକାରରେ ପୁଅ ଅମିତ ପର୍ଯ୍ୟଟନ ମନ୍ତ୍ରୀ

9/03/2020 at 8:30 PM

ମୁମ୍ବାଇ, ୦୯|୦୩:   ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବା ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ନିଜର ଏକ ଛାୟା କ୍ୟାବିନେଟ ଗଠନ କରିଛନ୍ତି। ଏହି କ୍ୟାବିନେଟରେ ସେ ନିଜ ପୁତ୍ର ଅମିତ ଟାକରେଙ୍କୁ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ୱ ଦେିଛନ୍ତି। ଏହିପରି ସେ ନିଜ ପୁତ୍ରଙ୍କୁ ସେହି ମନ୍ତ୍ରାଳୟ ଦେଇଛନ୍ତି ଯାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପୁତ୍ର ଆଦିତ୍ୟ ଠାକରେଙ୍କୁ  ପ୍ରଦାନ କରିଛନ୍ତି।

ମହାରାଷ୍ଟ୍ର ସରକାରରେ ଆଦିତ୍ୟ ଠାକରେ ପର୍ଯ୍ୟଟନ ମନ୍ତ୍ରୀ ରହିଛନ୍ତି। ଏବେ ଅମିତ ଠାକରେ ନିଜ ଦାଦା ପୁଅ ଭାଇ ଆଦିତ୍ୟ ଠାକରେଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖିବେ ଓ ପର୍ଯ୍ୟଟନର ବିକାଶ ପାଇଁ ନୀତି ନିର୍ଧାରଣ କରିବେ।

ରାଜ ଠାକରେ ସୋମବାର ଅର୍ଥାତ ମାର୍ଚ୍ଚ ୯ରେ ନିଜ ଦଳର ୧୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଜ କ୍ୟାବିନେଟ ବାବଦରେ ଘୋଷଣା କରିଛନ୍ତି। ସେ ନିଜ ପୁତ୍ରଙ୍କୁ ପର୍ଯ୍ୟଟନ ଓ ଆଇନ ମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଉଭୟ ରାଜ ଓ ଉଦ୍ଧବଙ୍କ ମଧ୍ୟରେ ପୂର୍ବରୁ ମତାନ୍ତର ରହି ଆସିଛି। ଏକଦା ରାଜ ଶିବସେନାର ଜଣେ ପ୍ରମୁଖ ନେତା ଥିଲେ। କିନ୍ତୁ ୨୦୦୬, ମାର୍ଚ୍ଚ ୯ରେ ସେ ଏମଏନଏସ ଗଠନ କରିଥିଲେ।

ଛାୟା କ୍ୟାବିନେଟ ବ୍ରିଟେନ ସଂସଦର ଏକ ପରମ୍ପରା। ଏଥିରେ ବିରୋଧୀ ନେତା ନିଜ ଦଳର ବରିଷ୍ଠ ନେତାଙ୍କୁ ଏକ ମନ୍ତ୍ରାଳୟ ପ୍ରଦାନ କରିଥାନ୍ତି। ସେ ଏହି ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରିଥାନ୍ତି।

   Related Posts