ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଦୀପିକାଙ୍କ ନାଁରେ ଅଛି 'ମନରେଗା' ଜବ କାର୍ଡ! ଦେଖନ୍ତୁ କାର୍ଡ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ୧୮/୧୦: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁରେ ରହିଛି ମନରେଗା ଜବ କାର୍ଡ। ଯେଉଁ ଜବ କାର୍ଡରେ ତାଙ୍କ ଫଟୋ ଲାଗିଛି, ସେହି କାର୍ଡକୁ ଟଙ୍କା ଆସିଥିବା ପ୍ରମାଣ ମଧ୍ୟ ରହିଛି। ମଧ୍ୟପ୍ରଦେଶରେ ଦୀପିକାଙ୍କ ଫଟୋ ଲଗା ଜବ କାର୍ଡ ଦେଖିବାକୁ ମିଳିଛି। ଖାଲି ଦୀପିକା ନୁହେଁ, ଏମିତି ଅନେକ ଦାମୀନାମି କଳାକାରଙ୍କ ଫଟୋକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ପଞ୍ଚାୟତ ସଚିବ। ଏଭଳି ଭାବେ ୧୧ଟି ଜବ କାର୍ଡ କରି ଟଙ୍କା ଆଣୁଥିବା ଘଟଣା ବର୍ତ୍ତମାନ ସାମ୍ନାକୁୁ ଆସିଛି। ଏହି ଅଭିଯୋଗରେ ବିଭାଗୀୟ ସଚିବଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଜିଲ୍ଲା ପଞ୍ଚାୟତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ବେନାଲ କହିଛନ୍ତି ଯେ, ପ୍ରାଥମିକ ତଦନ୍ତ ପରେ ପିପାରଖେଡା ନାକା ଗାଁର ପଞ୍ଚାୟତ ସଚିବ ମୋଜିଲାଲ ସେନାନୀଙ୍କୁ ନିଲମ୍ବିତ କରାଯାଇଛି।

{"id":346857,"sizeSlug":"large"}

ସୂଚନା ମୁତାବକ, ପଞ୍ଚାୟତ ସଚିବ ଗାଁ ଲୋକଙ୍କ ନାଁ ରଖିବା ସହ ବଲିଉଡ ଅଭିନେତ୍ରୀଙ୍କ ଫଟୋ ଲଗାଇ ମନରେଗା ଜବ କାର୍ଡ କରିଥିଲେ। ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତି ଅଛି, ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଖୋଳତାଡ଼ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.