ନୂଆଦିଲ୍ଲୀ୪/୧୨: ମୋବାଇଲ ନମ୍ବର ବଦଳାଇବାକୁ ଚାହୁଁ ଛନ୍ତି କି ? ଟିକେ ଅପେକ୍ଷା କରନ୍ତୁ । ନମ୍ବର ପୋର୍ଟେବିଲିଟି କରିବାକୁ ଚାହୁଁଥିବା ୟୁଜର୍ସଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା । ଗୋଟିଏ ନେଟଓ୍ବାର୍କରୁ ଅନ୍ୟ ଏକ ନେଟଓ୍ବାର୍କକୁ ନମ୍ବର ବଦଳାଇବା ବା ଏମ୍ ଏନ୍ପି କରିବାକୁ ଚାହୁଁଥିଲେ ତେବେ ଏବେ ଆବେଦନ କରି ଦିଅନ୍ତୁ। କାହିଁକି ନା ଭାରତରେ ୧୦ରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଏମଏନପି ସେବା ବନ୍ଦ ରହିବ। ଏହି ସେବାରେ ଡିସେମ୍ବର ୧୬ ତାରିଖରୁ ନୂଆ ନିୟମ ଆରମ୍ଭ ହେବ।
ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅନୁସାରେ ଏମଏନପିର ନୂଆ ନିୟମ ଡିସେମ୍ବର ୧୬ ତାରିଖ ରାତି ୧୨ ଟାରୁ ଆରମ୍ଭ ହେବ। ସେହିପରି ଡିସେମ୍ବର ୯ ତାରିଖ ସନ୍ଧ୍ୟା ୫ ଟା ୫୯ ମିନିଟ୍ରେ ଏମଏନପି ବନ୍ଦ ହୋଇଯିବ। ଏହି ସେବାକୁ ଅଧିକ ସକ୍ରିୟ କରିବା ପାଇଁ ଏହା ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଟ୍ରାଇ ସୂଚନା ଦେଇଛି। ଡିସେମ୍ବର ୧୬ ତାରିଖରୁ ଏମଏନପିର ନୂଆ ନିୟମ ଆସିବା ପରେ ଜଣେ ୟୁଜର୍ସ ଦୁଇ ଦିନ ମଧ୍ୟରେ ଗୋଟିଏ ନେଟଓ୍ବାର୍କରୁ ଅନ୍ୟ ନେଟ ଓ୍ବାର୍କକୁ ନମ୍ବର ପୋର୍ଟାବିଲିଟି କରି ପାରିବେ।