Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପାଇଁ ଆହୁରି ଲାଗିବ ୨ରୁ ୩ବର୍ଷ : କମିଶନ

12/02/2019 at 6:55 PM

ଭୁବନେଶ୍ବର ୧୨|୨:  ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଆହୁରି ୨ରୁ ୩ବର୍ଷ ସମୟ ଲାଗିବ ବୋଲି କହିଛନ୍ତି ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ । କମିଶନ ଆଜି ଷଷ୍ଠ ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି । ୨୦୧୮ ମହିସା ଜୁନ୍ ୧ରୁ ଡିସେମ୍ବର ୩୧ମଧ୍ୟରେ ହୋଇଥିବା ଅନୁସନ୍ଧାନ ଆଧାରରେ ସେ ଏହି ରିପୋର୍ଟ ଦାଖଲ କରିଛନ୍ତି । ଏହି ରିପୋର୍ଟରେ ୧ଲକ୍ଷ ୪୩ହଜାର ୪୬୩ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିବା କମିଶନ ଦର୍ଶାଇଛନ୍ତି ।

ଏ ପର୍ଯ୍ୟନ୍ତ ମୋଟ୍ ୬ଟି ରିପୋର୍ଟକୁ ମିଶାଇ ୩ଲକ୍ଷ ୬୧ ହଜାର ୮୧୭ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା କମିଶନ ମୋଟ୍ ୬ଲକ୍ଷ ସତ୍ୟପାଠ ଅନୁଧ୍ୟାନ କରିସାରିଛନ୍ତି । ଗତ ଜୁଲାଇ ୧୩ତାରିଖରେ କମିଶନ ୧୨ହଜାର, ୫୩୦ ପୃଷ୍ଠାର ୫ମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ କମିଶନ ।

ଆଉ ୨ଲକ୍ଷ ୫୦ହଜାର ସତ୍ୟପାଠ ଅନୁଧ୍ୟାନ କରିବାକୁ ବାକି ଅଛି । ଏଗୁଡିକୁ ଅନୁଧ୍ୟାନ କରି ଜମାକାରୀଙ୍କୁ ଚିହ୍ନଟ କରିବାକୁ ଆହୁରି ୨ରୁ ୩ବର୍ଷ ସମୟ ଲାଗିବ ବୋଲି କମିଶନ କହିଛନ୍ତି । ବର୍ତ୍ତମାନ ସୁଦ୍ଧା କମିଶନଙ୍କ ରିପୋର୍ଟ ଆଧାରରେ ମାତ୍ର ୧୭୦୪ଜଣ ଜମାକାରୀ ଟଙ୍କା ଫେରସ୍ତ ପାଇଛନ୍ତି । ଏହାସହ ଯେଉଁ ଚିଟଫଣ୍ଡ ସଂସ୍ଥାର ସମ୍ପତି ଜବତ ହୋଇଛି ଏହାକୁ ନିଲାମ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବା ନେଇ କଣ କଣ ପଦକ୍ଷେପ ନିଆଯିବା ଉଚିତ୍ ତାହା କମିଶନ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ଚଳିତ ମାସ ୪ତାରିଖରେ ଶେଷ ହେବାକୁଥିବାବେଳେ ଆଉ ୬ମାସ ସମୟ ବଢାଇଥିଲେ ରାଜ୍ୟ ସରକାର ।

   Related Posts