Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରେଷ୍ଠ ବିଧାୟକଭାବେ ପୁରସ୍କୃତ ହେଲେ ୨୪ ବିଧାୟକ

24/08/2018 at 4:03 AM

ଭୁବନେଶ୍ବର୨୪|୮: ଆଜି ଓଡ଼ିଶା ବିଧାନସଭା ପକ୍ଷରୁ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ବିଧାୟକମାନଙ୍କୁ ପୁରସ୍କୃତ କରାଯାଇଛି। ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ତିନୋଟି ବର୍ଗରେ ବିଧାୟକଙ୍କୁ ବିଧାନସଭା ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ପଣ୍ଡିତ ନୀଳକଣ୍ଠ ଦାଶ ସମ୍ମାନ,ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୈାରବ ମଧୁସୂଦନ ଦାଶ ସମ୍ମାନ ଆଦି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ବିଧାନସଭାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପଣ୍ଡିତ ନୀଳକଣ୍ଠ ଦାଶ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପୂର୍ବତନ ଶ୍ରେଷ୍ଠ ବିଧାୟକଙ୍କୁ ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ପ୍ରଥମଥର ପାଇଁ ବିଧାନସଭାରେ ନିର୍ବାଚିତ ହୋଇ ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ଉତ୍କଳ ଗୈାରବ ମଧୁସୂଦନ ଦାସ ସମ୍ମାନରେ ପୁରସ୍କୃତ କରାଯାଇଛି। ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ ପାଇଁ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିବା ବେଳେ ଉତ୍କଳମଣି ଗୋପବନ୍ଧୁ ଦାଶ ସମ୍ମାନ ପାଇଁ ୭୫ ହଜାର ଟଙ୍କା ପୁରସ୍କାର ରାଶି ରହିଛି । ସେହିଭଳି ଉତ୍କଳ ଗୈାରବ ମଧୁସୂଦନ ଦାଶ ସମ୍ମାନ ପାଇଁ ୫୦ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଥିବା ବିଧାୟକମାନେ ହେଲେ-
ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ
୨୦୦୯ – ବିଷ୍ଣୁଚରଣ ଦାସ
୨୦୧୦ -ଡ.ଅରୁଣ କୁମାର ସାହୁ
୨୦୧୧ -ପ୍ରଭାତ ବିଶ୍ବାଳ
୨୦୧୨ -ପ୍ରଫୁଲ୍ଲ ମାଝି
୨୦୧୩ -ଅମର ଶତପଥୀ
୨୦୧୪ -ପ୍ରମିଳା ମଲ୍ଲିକ
୨୦୧୫ -ରଣେନ୍ଦ୍ର ପ୍ରତାପ ସ୍ବାଇଁ
୨୦୧୬ -ରମେଶ ଚନ୍ଦ୍ର ଚାଉପଟ୍ଟନାୟକ
ଉତ୍କଳମଣି ଗୋପବନ୍ଧୁ ଦାଶ ସମ୍ମାନ
୨୦୦୯ -ସୁରେନ୍ଦ୍ର କୁମାର ନାୟକ
୨୦୧୦ -ବିମ୍ବାଧର କୁଅଁର
୨୦୧୧ -ନିତ୍ୟାନନ୍ଦ ପ୍ରଧାନ
୨୦୧୨ -ଉମେଶ ଚନ୍ଦ୍ର ସ୍ବାଇଁ
୨୦୧୩ -ବିକ୍ରମ କେଶରୀ ବର୍ମା
୨୦୧୪ -ରାଜେନ୍ଦ୍ର ଢୋଲକିଆ
୨୦୧୫ -ସୁରେନ୍ଦ୍ରନାଥ ପରମାଣିକ
୨୦୧୬ -ଚକ୍ରଧର ପାଇକ
ଉତ୍କଳ ଗୈାରବ ମଧୁସୂଦନ ଦାଶ ସମ୍ମାନ
୨୦୦୯ -ସଞ୍ଜୟ ଦାଶ ବର୍ମା
୨୦୧୦ -ପ୍ରିତିରଞ୍ଜନ ଘଡ଼େଇ
୨୦୧୧ -ସମୀର ରଞ୍ଜନ ଦାସ
୨୦୧୨ -ପ୍ରଶାନ୍ତ କୁମାର ମୁଦୁଲି
୨୦୧୩ -ବିଜୟ କୁମାର ମହାନ୍ତି
୨୦୧୪ -ରାସେଶ୍ବରୀ ପାଣିଗ୍ରାହୀ
୨୦୧୫ -କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
୨୦୧୬ -ପ୍ରଦୀପ ପୁରୋହୀତ

   Related Posts