ସିନ୍ଧିଆ ଗୋଷ୍ଠୀ ବିଧାୟକଙ୍କ ଭୋପାଲ ଫେରିବା କାର୍ଯ୍ୟକ୍ରମ ବାତିଲ, ମାଗିଲେ CRPF ସୁରକ୍ଷା

Published By : Prameya-News7 Bureau | March 13, 2020 IST

ବେଙ୍ଗାଲୁରୁ ୧୩।୩:  ମଧ୍ୟପ୍ରଦେଶ ରାଜନୀତିରେ ଉଠାପକା ଜାରି ରହିଛି। ଶୁକ୍ରବାର ଦୀର୍ଘ ୭ ଘଣ୍ଟାର ଡ୍ରାମା ପରେ ସିନ୍ଧିଆ ଗୋଷ୍ଠୀ କଂଗ୍ରେସ ବିଧାୟକଙ୍କ ବେଙ୍ଗାଲୁରୁରୁ  ଭୋପାଲ ଫେରିବା କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ବିଧାୟକମାନେ ଭୋପାଲ ଫେରିବା ପରେ ବିଧାନସଭା ବାଚସ୍ପତି ଏନ.ପି. ପ୍ରଜାପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ଏଥିଲାଗି ବାଚସ୍ପତି ସେମାନଙ୍କୁ ଦୀର୍ଘ ୩ ଘଣ୍ଟା କାଳ ଅପେକ୍ଷା ବି କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ ବି ଆସିଲେ ନାହିଁ।

{"id":237842,"sizeSlug":"large"}

ସେପଟେ ଶେଷ ମୂହୁର୍ତ୍ତରେ ଭୋପାଲ ଯାତ୍ରା ବାତିଲ କରିଥିବା ବିଧାୟକମାନେ ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖି ସେମାନଙ୍କ ଲାଗି ସିଆରପିଏଫ ସୁରକ୍ଷା ଦାବି କରିଛନ୍ତି। ବିଧାୟମାନଙ୍କ ପତ୍ରକୁ ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟକୁ ପଠାଇ ଦିଆଯାଇଥିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

{"id":237843,"width":581,"height":377,"sizeSlug":"large"}

ଗୁରୁବାର ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ବ୍ୟକ୍ତିଗତ ହାଜିରା ଲାଗି  ବିଧାନସଭା ବାଚସ୍ପତି ନୋଟିସ୍ ଜାରି କରିଥିଲେ। ସେହି ଅନୁସାରେ ସେମାନେ ଶୁକ୍ରବାର ବାଚସ୍ପତିଙ୍କୁ ଭେଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେମାନେ ଦେଇଥିବା ପ୍ରତିଶ୍ରୁତି ବଦଳେ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିବା ଏବେ ବାଚସ୍ପତିଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି। ତେବେ ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟମାନଙ୍କ ସୁରକ୍ଷା ଲାଗି ଆବଶ୍ୟକ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳଙ୍କ ମୁତୟନର ବ୍ୟବସ୍ଥା ନିମନ୍ତେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.