ପୂଜା ମଣ୍ଡପ ପରିଦର୍ଶନ କଲେ ବିଧାୟକ, ପ୍ରସାଦ ବାଣ୍ଟିଲେ ସମାଜସେବୀ

Published By : Prameya-News7 Bureau | October 15, 2021 IST

ଭଦ୍ରକ ୧୫/୧୦: ଭଦ୍ରକରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଧାୟକ । ଦୁର୍ଗା ପୂଜା ପ୍ରରିପେକ୍ଷୀରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଭଦ୍ରକ ନିର୍ବାଚନ ମଣ୍ଡଳୀର ପୂଜା ମଣ୍ଡପ ସହ ଗେଲଟୁଆ ପଞ୍ଚାୟତ ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ଦୂର୍ଗା ମଣ୍ଡପ ବୁଲିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଶୋଭାଯାତ୍ରାରେ ବିଧାୟକଙ୍କୁ ପାଛୋଟି ଆଣିବା ସହ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା ।

wp:gallery {"ids":[527357],"linkTo":"none"} /wp:gallery

ଏହି ଅବସରରେ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଯୁବ ସମାଜସେବୀ ମନୋଜ କୁମାର ବାରିକ ଙ୍କ ପ୍ରତିଷ୍ଠାରେ ଶିବାଂଶ ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତର ବହୁ ଦଳୀୟ କର୍ମକର୍ତ୍ତାଙ୍କ ସହ ଯୁବକ ମାନେ ସାମିଲ ହୋଇଥିଲେ.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.