ପାଟଣାରେ ପ୍ରସ୍ତାବିତ ବସଷ୍ଟାଣ୍ଡ ସ୍ଥାନ ପରିଦର୍ଶନ କଲେ ବିଧାୟକ

Published By : Prameya-News7 Bureau | July 14, 2021 IST

ପାଟଣା ୧୪।୭: ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ପ୍ରସ୍ତାବିତ ବସ୍ ରହଣୀ ସ୍ଥଳ ପରିଦର୍ଶନ କରିଛନ୍ତି ବିଧାୟକ ଜଗନ୍ନାଥ ନାଏକ।  ପୂର୍ବରୁ ପାଟଣା ତହସିଲ ଅନ୍ତର୍ଗତ ଦୁର୍ଗାଦେଇପୁରର ବୈତରଣୀ ନଦୀ ନିକଟରେ ଥିବା ୩ ଏକର ପରିମିତ ସ୍ଥାନରେ ପ୍ରସ୍ତାବିତ ବସ୍ ରହଣୀ ସ୍ଥଳ ପାଇଁ ଜାଗା ତୁରନ୍ତ ଚିହ୍ନଟ କରିବା ପାଇଁ ବିଧାୟକ ପାଟଣା ତହସିଲଦାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କୋଟିଏ ୨୫ ଲକ୍ଷ ଟଙ୍କାରେ ବ୍ୟୟରେ  ନିର୍ମିତ ହେବାକୁ ଯାଉଥିବା ବସଷ୍ଟାଣ୍ଡର ଜାଗା ପରିଦର୍ଶନରେ ବିଧାୟକ ଜଗନ୍ନାଥ ନାଏକଙ୍କ ସହ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଈଶ୍ବର ଚନ୍ଦ୍ର ନାଏକ, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବସଷ୍ଟାଣ୍ଡଟି ବଜାର ଉପରେ ଥିବାରୁ ବିଧାୟକଙ୍କ ପ୍ରଚେଷ୍ଟାରେ ଉକ୍ତ ଜାଗାରେ ହେବାକୁ ଯାଉଛି । ବିଧାୟକଙ୍କ ଉଦ୍ୟମକୁ ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜୀବୀ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.