ବିଧାନସଭାରେ ତାରା କାହାକୁ ଦେଲେ ଉଡନ୍ତା ଚୁମ୍ବନ (ଫ୍ଲାଇଂ କିସ୍) ଜାଣନ୍ତୁ

Published By : Prameya-News7 Bureau | November 19, 2019 IST

ଭୁବନେଶ୍ବର ୧୯।୧୧: ପୁଣି ଚର୍ଚ୍ଚାରେ ବିଧାୟକ ତାରା ପ୍ରସାଦ ବାହିନୀପତି । ଏଥର ଗୃହରେ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ତାରା । ବିଧାନସଭାରେ ବାଚସ୍ପତିଙ୍କୁ ଫ୍ଲାଇଂ କିସ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି ତାରା । ବିଧାନସଭାରେ ବିଭିନ୍ନ ସମୟରେ ତାରା ବାହିନୀପତି ନିଜ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

{"id":186512,"sizeSlug":"large"}

କେତେବେଳେ ଗୃହରେ ନାରାବାଜି କରିବାରେ ଆଗରେ ଥାଆନ୍ତି ତ କେତେବେଳେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାର ମଧ୍ୟ ନଜିର ରହିଛି । ମାତ୍ର ଆଜି ଏକ ଭିନ୍ନ ଅବତାରରେ ତାଙ୍କୁ ଦେଖିବାକୁ ମିଳିଥିଲା । ଅଧିକ ଖୁସି ଥିବାଭଳି ମନେହେଉଥିଲେ । ପ୍ରଶ୍ନକାଳରେ କହିବାକୁ ସୁଯୋଗ ଦେଇଥିବାରୁ ତାରା ଏଭଳି କରିଥିବା ଜଣାପଡିଛି ।

{"id":186513,"sizeSlug":"large"}

ପ୍ରଶ୍ନକାଳରେ ନିଜ ଅଞ୍ଚଳର ସମସ୍ୟା ଉଠାଇବାକୁ ଚାହୁଁଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ମାତ୍ର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ କହିବାର ସୁଯୋଗ ଦେଇଥିବାରୁ ତାରା ତାଙ୍କୁ ଫ୍ଲାଇଂ କିସ୍ କରିଛନ୍ତି । କହିବାର ସୁଯୋଗ ଦେଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାରାଙ୍କ ଏହି ଫ୍ଲାଇଂ କିସ୍ କୁ ନେଇ କିଛି ସମୟ ଧରି ଗୃହରେ ହସ୍ୟରୋଳ ସୃଷ୍ଟି ହୋଇଥିଲା ।

{"id":186514,"sizeSlug":"large"}

ବିଭିନ୍ନ ସମୟରେ ନିଜ ଅଞ୍ଚଳର ସମସ୍ୟାକୁ ଗୃହରେ ଉଠାଇବା ପାଇଁ ପ୍ରୟାସ କରିଥାନ୍ତି ତାରା । ତେବେ ଜଣେ ବରିଷ୍ଠ ବିଧାୟକ ହିସାବରେ ତାରାଙ୍କୁ ମଧ୍ୟ କହିବାର ସୁଯୋଗ ଦେଇଥାନ୍ତି ବାଚସସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଆଜି ମଧ୍ୟ ଅନୁୁରୂପ ଘଟଣାକ୍ରମରେ ବାଚସ୍ପତି ତାଙ୍କୁ କହିବାର ସୁଯୋଗ ଦେଇଥିବାରୁ ତାରା ଖୁସିବ୍ୟକ୍ତ କରିବା ସହ ବାଚସ୍ପତିଙ୍କୁ ଫ୍ଲାଇଂ କିସ୍ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.