Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦଣ୍ଡକାରଣ୍ୟ ରାଜ୍ୟ ଗଠନର ଧମକ ଦେଲେ ବିଧାୟକ ତାରା ବାହିନୀପତି- କହିଲେ ସରକାର ପଶ୍ଚିମ ଓଡିଶାକୁ ଗେହ୍ଲା କରୁଛନ୍ତି

19/01/2020 at 9:33 PM

ଜୟପୁର/କେନ୍ଦ୍ରାପଡା ୧୯।୦୧ – ବିଧାୟକ ତାରା ବାହିନୀପତିଙ୍କ ଅଭିମାନ। ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ଗେହ୍ଲା କରୁଛନ୍ତି । କୋରାପୁଟ ଜିଲ୍ଲାକୁ ଉପେକ୍ଷା କରୁଛନ୍ତି । ତାରା ଖାଲି ଏଇଠି ଅଟକିନାହାନ୍ତି ଏଥର ଦଣ୍ଡକାରଣ୍ୟ ରାଜ୍ୟ ଗଠନର ଧମକ ଦେଇଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଏହା ଏକ ମାତ୍ର ବିକଳ୍ପ ବୋଲି କହିଛନ୍ତି । ଏକ ପବ୍ଲିକ୍ ମିଟିଂରେ ରାଜ୍ୟକୁ ଭାଗ ଭାଗ କରିବାର ତାରା ବାହିନୀପତି ନିଜର ପଲିଟିକାଲ ପାଶା ପକେଇଛନ୍ତି।

ପ୍ରଶ୍ନ ଉଠୁଛି, ତାରା ୪ ଥରର ବିଧାୟକ। ଆଉ ଏବେ ତାଙ୍କର ଏମିତି ଦଏମିତି କହିଲେ କାହିଁକି ? ଏହା ପଛରେ ତାଙ୍କର କି ଉଦେଶ୍ୟ ରହିଛି ?  ଏହା ଏକ ପଲିଟିକାଲ ଷ୍ଟଣ୍ଟ ନା ଆଉ କିଛି ?  ଶୁଣନ୍ତୁ ତାରା ଆଉ କଣ କଣ କହିଛନ୍ତି। 

ଅବସର ଥିଲା ଏକ ସୋସିଆଲ ମିଡିଆ ଗ୍ରୁପର ବନ୍ଧୁମିଳନ କାର୍ଯ୍ୟକ୍ରମ । ଅତିଥି ଥିଲେ ବିଧାୟକ ତାରା ବାହନୀପତି । ସମାନ ମଂଚରେ ଉପସ୍ଥିତ ଥିଲେ ତାରାଙ୍କ ବିଜେଡି ପ୍ରତିଦ୍ବନ୍ଦୀ ରବି ନନ୍ଦ ।

ବାଦ ବିବାଦ ଭୁଲି ଅଞ୍ଚଳର ବିକାଶ ପାଇଁ ରବି ନନ୍ଦଙ୍କ ସହ ହାତ ମିଳାଇଥିଲେ ତାରା । ରବି ନନ୍ଦ ମଞ୍ଚ ଛାଡିବା ପରେ ତାରା ଉଠାଇଥିଲେ ଦଣ୍ଡକାରଣ୍ୟ ରାଜ୍ୟ ଗଠନ କଥା । ତାରାଙ୍କ ଯୁକ୍ତି ହେଲା ପଶ୍ଚିମ ଓଡ଼ିଶାରେ ଷ୍ଟିଲ ପ୍ଳାଣ୍ଟ ଠାରୁ ମେଡିକାଲ କଲେଜ ସବୁ ଅଛି ।

ତଥାପି ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପାଇଁ ଚାଲିଛି ଦାବି । କିନ୍ତୁ ଦକ୍ଷିଣ ଓଡ଼ିଶା ଅବହେଳା ହୋଇ ରହିଆସିଛି । ତାରାଙ୍କ ବୟାନକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ରବି ନନ୍ଦ ।

ତାରା ବାହନୀପତି ଦଣ୍ଡକାରଣ୍ୟ ରାଜ୍ୟ ଗଠନ କରିବେ ଏବଂ କଣ ରାମାୟଣର ସେହି ଦଣ୍ଡକାରଣ୍ୟକୁ ଉଦ୍ଧାର କରି ସେ ଏହାର ରାଜା ହେବାକୁ ଲକ୍ଷ୍ୟ ରଖିଛନ୍ତି କି ନା ରାଜନୀତିର ଏକ ଲଙ୍ଗ ଷ୍ଟ୍ରୋକ ମାରିଛନ୍ତି ।  

   Related Posts