Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନର୍ସ ନିହାରିକାଙ୍କ ଘରେ ବିଧାୟକ ସୁର ରାଉତରାୟ, କ’ଣ କହିଲେ ଜାଣନ୍ତୁ…

ବାଲିପାଟଣା ୨୦।୯: ଜଗତସିଂହପୁର ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ନର୍ସ ନିହାରିକାଙ୍କ ମୃତଦେହ ମିଳିବା ପରେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହି ଘଟଣାରେ ପରିବାରଲୋକେ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲକୁ ଦାୟୀକରୁଥିବା ବେଳେ ପୋଲିସ କିନ୍ତୁ କିଶୋର ଆଞ୍ଚଲଙ୍କୁ ଗିରଫ କରୁନାହିଁ । ହତ୍ୟା ଘଟଣାର ପାଖାପାଖି ଦଶ ଦିନ ପରେ ମଧ୍ୟ ହତ୍ୟାକାରୀକୁ ପୋଲିସ ଧରିବାରେ ବିଫଳ ହୋଇଛି । ଫଳରେ ରାଜନୈତିକ ଦଳ ମାନେ ଉଦବେଗ ପ୍ରକାଶ କରିବା ଆରମ୍ଭ କରିଛନ୍ତି ।

ଗତକାଲି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ନିହାରିକାଙ୍କ ଭିଙ୍ଗାରପୁର ଘରକୁ ଯାଇ ପରିବାରବର୍ଗଙ୍କୁ ଶାନ୍ତ୍ବନା ପ୍ରଦାସ କରିଥିଲେ । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ନକଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ବୋଲି ଧମକ ଦେଇଥିଲେ । ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ କଂଗ୍ରେସର ୧୦ଜଣିଆ ଟିମ୍ ମଧ୍ୟ ନିହାରିକାଙ୍କ ଭିଙ୍ଗାରପୁର ଘରେ ପହଞ୍ଚି ପରିବାରକୁ ଶାନ୍ତ୍ବନା ଦେଇଛନ୍ତି । ତୁରନ୍ତ ହତ୍ୟାକାରୀକୁ ଗିରଫ କରିବା ସହ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ସୁରେଶ ରାଉତରାୟ । ଏହାସହ ନିହାରିକାଙ୍କ ପରିବାରକୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାଯ୍ୟ ଯୋଗାଇଦେବା ସହ ସହ ସାନ ଭାଇକୁ ସରକାରୀ ଚକିରୀ ଦେବା ପାଇଁ ସେ ଦାବି କରିଛନ୍ତି ।

କଂଗ୍ରେସର ଏହି ଟିମ୍ ଅପରାହ୍ନରେ ଜଗତସିଂହପୁର ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ନିହାରିକା ହତ୍ୟାକାଣ୍ଡ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିରୋଧୀଦଳ ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିବାକୁ ଆରମ୍ଭ କରିଛନ୍ତି । ବିଜେପି ପରେ କଂଗ୍ରେସ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛି।

ହତ୍ୟା ରହସ୍ୟ ଉପରୁ ଉଠୁନି ପର୍ଦ୍ଦ। । ଯେତିକି ସମୟ ଗଡି ଗଡି ଯାଉଛି ହତ୍ୟାକାଣ୍ଡର ରହସ୍ୟ ସେତିକି ଜଟିଳ ହୋଇଯାଉଛି । କିପରି ହତ୍ୟାକାରୀ ପାଖରେ ପୋଲିସ ପହଂଚିବ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି । ହତ୍ୟାକାଣ୍ଡକୁ ନେଇ ନିହାରିକାଙ୍କ ପ୍ରେମିକ କିଶୋର ଉପରେ ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି । ମାତ୍ର କିଶୋର ସବେଠାରୁ ଫେରାରେ ହୋଇଯାଇଛି । କିଶୋର ପୋଲିସ ହାତମୁଠାକୁ ଆସିଲେ ହତ୍ୟା ରହସ୍ୟ ଉପରୁ ଉଠିପାରିବ ପର୍ଦ୍ଦ। । 

ନିହାରିକାଙ୍କ ଘର ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରର ପରିବେଶ ଥିଲା ଅତ୍ୟନ୍ତ ଦୁଃଖଦାୟକ । ବାପା-ମାଆ ନିହାରିକାଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ବାପା ଇଲେକ୍ଟ୍ରିକ ମେକାନିକ୍ ଭାବେ କାଯ୍ୟ କରୁଥିଲେ । ମାତ୍ର ଶରୀର ଅସୁସ୍ଥ ହେବାରୁ ଆଉ କାମଧନ୍ଦା କରିପାରୁନାହାନ୍ତି । ନିହାରିକା ଯାହା ରୋଜଗାର କରୁଥିଲେ ସେଥିରେ ଘର ଚଳାଇବା ସହ ସାନଭାଇକୁ ପାଠ ପଢାଉଥିଲେ । ସାନଭାଇ ଏବେ ଯୁକ୍ତ ୩ରେ ପାଠ ପଢୁଛନ୍ତି । ପାଠପଢା ଖର୍ଚ୍ଚ ବଡ ଭଉଣୀ ନିହାରିକା ତୁଲାଇଥାନ୍ତି । ଖାଲି ସାନଭାଇ ପାଠପଢା ନୁହେଁ ବାପା-ମାଆଙ୍କ ମେଡିସିନ ଖର୍ଚ୍ଚ ଏବଂ ଘରର ସମସ୍ତ ଖର୍ଚ୍ଚ ନିହାରିକା ଦେଇଥାନ୍ତି । ଏବେ କିପରି ଚଳିବ ନିହାରିକାଙ୍କ ପରିବାର ? ଏ କଥା ଭାବି ଭାବି ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଲୋକେ । ହତ୍ୟାକାରୀକୁ ଖୋଜି ବାହାରକରି ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ନିହାରିକାଙ୍କ ପରିବାର ।

ନିହାରିକାଙ୍କ ହତ୍ୟା ହତ୍ୟା କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ମାତ୍ର ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବାରେ ପୋଲିସ ସଫଳ ହୋଇପାରିନାହିଁ । ନିହାରିକା ନିଖୋଜ ହେବା ପରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ମାତ୍ର ପୋଲିସ ପକ୍ଷରୁ କାର୍ଯ୍ୟ।ନୁଷ୍ଠାନ ନିଆଯାଇନଥିଲା । ଯାହାକୁ ନେଇ ପରିବାରଲୋକ ପୋଲିସ ଉପରେ ଦୋଷ ଲଦିଛନ୍ତି ।

ଆଜି ନିହାରିକାଙ୍କ ବାପା-ମାଙ୍କର ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଡିଏନଏ ଟେଷ୍ଟ ପାଇଁ ରକ୍ତ ନମୂନା ସଂଗ୍ରହ କରାଯିବ ।  

15088 Views

   ସମ୍ବନ୍ଧିତ ଖବର