Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆତ୍ମାହୂତି ଦେବାକୁ ଚେତାବନୀ ଦେଲେ ବିଧାୟକ ସୁର ରାଉତରାୟ

23/12/2019 at 7:51 PM

ଭୁବନେଶ୍ୱର ୨୩।୧୨ – ଜଟଣୀର ୨୭ ଗାଁର ଲୋକଙ୍କୁ ସେମାନଙ୍କ ଜମି ହକ୍ ଫେରାଇବା ଏବଂ ଦାରୁଠେଙ୍ଗରୁ ଡମ୍ପିଂୟାର୍ଡ ସ୍ଥାନନ୍ତାର ପାଇଁ ଦାବି କରିଛନ୍ତି ବିଧାୟକ ସୁର ରାଉତରାୟ । ଏଥିପାଇଁ ସରକାରଙ୍କୁ ଜାନୁଆରୀ ୨୭ ତାରିଖ ଯାଏ ଡେଟ୍ ଲାଇନ୍ ଦେଇଛନ୍ତି । ୨୭ ତାରିଖ ଭିତରେ ଦାବି ପୂରଣ ନହେଲେ ନବୀନ ନିବାସ ଘେରାଉ କରିବା ସହ ସମୂହ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି ।…

ବହୁତ ହୋଇଗଲା, ଆଉ ନୁହଁ । ତୁରନ୍ତ ଲୋକଙ୍କୁ ସେମାନଙ୍କ ଜମି ଫେରାଅ । ଜଗନ୍ନାଥଙ୍କ ନାଁ ନେଇ ଆଉ ହଲାପଟା କରନି । ନହେଲେ ସମୂହ ଆତ୍ମାହୂତି ଦେବୁ । ଜଟଣୀରେ ଚଞ୍ଚକତା କରି ଜଗନ୍ନାଥଙ୍କ ନାଁରେ ରେକର୍ଡ ହୋଇଥିବା ଜମିକୁ ତୁରନ୍ତ ଲୋକଙ୍କୁ ଫେରାଇବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ବିଧାୟକ ସୁର ରାଉତରାୟ । ୨୦୧୨ରେ ଜଟଣୀର ୨୭ଟି ଗାଁର ୧୫ ହଜାର ଏକରରୁ ଅଧିକ ସ୍ଥିତିବାନ ସମ୍ପତ୍ତିକୁ ଚଞ୍ଚକତା କରି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ରେକର୍ଡ କରିଛି ପ୍ରଶାସନ । ଲୋକଙ୍କ ଦାବିକୁ ବିଚାର କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କିନ୍ତୁ ଯେତେ ହାରି ଗୁହାରୀ କଲେ ବି ପ୍ରଶାସନ ଶୁଣୁନି । ସେପଟେ ଦାରୁଠେଙ୍ଗ ପଞ୍ଚାୟତରୁ ଡମ୍ପିଂୟାର୍ଡ ହଟାଇବାକୁ ବି ଦାବି କରିଛନ୍ତି ଜଟଣୀ ବିଧାୟକ । ଜାନୁଆରୀ ୨୬ ସୁଦ୍ଧା ଦୁଇଟି ଦାବି ପୂରଣ କରିବାକୁ ସରକାରଙ୍କୁ ଅଲଟିମେଟମ୍ ଦେଇଛନ୍ତି । ନହେଲେ ପରିଣାମ ପାଇଁ ସରକାର ଦାୟୀ ରହିବେ ବୋଲି ଚେତେଇ ଦେଇଛନ୍ତି ।

ନିଜ ଜମିରେ ନିଜର ହକ୍ ନାହିଁ । ପିଲାଙ୍କ ପାଠପଢା ହେଉ କି ଝିଅ ବାହାଘର, ଅବା ରୋଗୀଣା ବାପା ମାଙ୍କ ଚିକିତ୍ସା । ଯେତେ ଯାହା ଅସୁବିଧା ପଡିଲେ ବି ଲୋକେ ନା ଜମି ବିକି ପାରୁଛନ୍ତି ନା ବନ୍ଧକ ରଖି ପାରୁଛନ୍ତି । ଜମି ଥାଇବି ଲୋକେ ସମସ୍ୟା ଭୋଗୁଛନ୍ତି । ତେଣୁ ବିଧାୟକଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଛନ୍ତି । ଦାବି ପୂରଣ ନହେଲେ ସମସ୍ତେ ଆତ୍ମାହୁତି ଦେବେ ବୋଲି କହିଛନ୍ତି ।

ଲୋକଙ୍କୁ ସେମାନଙ୍କ ଜମି ଫେରାଇ ଦେବାକୁ ଅନେକ ଥର ଆନ୍ଦୋଳନ ହୋଇଛି, ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି, ପ୍ରଶାସନକୁ ଗୁହାରୀ କରିଛନ୍ତି । କିନ୍ତୁ ଏଯାଏ କିଛି ବି କାର୍ଯ୍ୟାନୁଷ୍ଠାନ ହୋଇନି । କିନ୍ତୁ ଏଥର ବିଧାୟକ ଶୁଣାଇଥିବା ଚରମବାଣୀ କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା

   Related Posts