ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’

Published By : Prameya-News7 Bureau | December 04, 2021 IST

ଭୁବନେଶ୍ବର ୪।୧୨:  ବିରୋଧୀଙ୍କ ପ୍ରତିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଆ । ସେ କହିଛନ୍ତି ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବା ପରେ ପ୍ରତିବାଦର କୌଣସି କାରଣ ନାହିଁ । ବିନା ଦ୍ବନ୍ଦ୍ବରେ ଓ ବିନା ଚାପରେ ତଦନ୍ତ ଚାଲିବ ବୋଲି କହିଲା ପରେ ମଧ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରାଯାଉଛି । ବିରୋଧୀ ଦଳ ଡ୍ରାମା କରୁଛନ୍ତି ।

ସମସ୍ତ ପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ହେଲେ ବିରୋଧୀ ଗୃହକୁ ଚଲାଇ ଦେଉନାହାନ୍ତି । ଏହା ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ । ଅଯଥା ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା କରୁଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଓ ଅନ୍ୟାନ୍ୟ ବିଧାନସଭାରେ ସଦସ୍ୟମାନଙ୍କୁ ସସପେଣ୍ଡ କରାଯାଇଛି । ହେଲେ  ଆମ ବିଧାନସଭାରେ ସୁସ୍ଥ ବାତାବରଣ ବଜାୟ ରଖିବାକୁ ରାଜ୍ୟ ସରକାର ଚାହୁଁଛନ୍ତି । ନିର୍ବାଚିତ ଜନପ୍ରତିନିଧି ହୋଇ ବିରୋଧୀ ଦଳର ସଦସ୍ୟ ଏଭଳି କାର୍ଯ୍ୟ କରୁଛନ୍ତି । ଜନସାଧାରଣ ଏହାର ଜବାବ ଦେବେ ବୋଲି ସ୍ନେହାଙ୍ଗିନୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.