ୟୁନିଅନ୍ ବ୍ୟାଙ୍କ ସମ୍ମୁଖରେ ମହିଳାଙ୍କ ଧାରଣା ତୃତୀୟ ଦିନରେ, ମହିଳାଙ୍କ ସହ ଧାରଣାରେ ବସିଲେ ବିଧାୟକ

Published By : Prameya-News7 Bureau | January 20, 2022 IST

ନିମାପଡା ୨୦।୧: ତେଜିଲେ ମହିଳା ମହାସଂଘ ଆନ୍ଦୋଳନ।  ସାତଶଙ୍ଖ ସ୍ଥିତ ୟୁନିୟନ ବ୍ୟାଙ୍କରେ ଲକ୍ଷାଧିକ ଟଙ୍କାର ଠକାମୀର ଶିକାର ହୋଇଛନ୍ତି ମହିଳା ଏସଏଚଜି । ଅନେକ ହିତାଧିକାରୀଙ୍କ ଜମା ଟଙ୍କା ହରିଲୁଟ୍ କରିଥିବା କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ହଡପରେ ସମ୍ପୃକ୍ତ ଥିବା ଅନ୍ୟମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି। ତୃତୀୟ ଦିନରେ ଧାରଣା ଜାରି ରହିଥିବା ବେଳେ ଅର୍ନିଦ୍ଧିଷ୍ଟ କାଳ ପାଇଁ ବ୍ୟାଙ୍କ ସାମ୍ନାରେ ଧାରଣା ଦେବେ। ଯଦି କୌଣସି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଆତ୍ମାହୂତୀ ଦେବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

 ସେପଟେ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଧାରଣାରତ ମହିଳାଙ୍କ ସହ ବସିଲେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ଉଭୟ ମହିଳା ଗୋଷ୍ଠୀ ଓ ବିଧାୟକଙ୍କ ଦାବି କରିଛନ୍ତି । ହଡପ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ତରଫରୁ ଲିଖିତ ପ୍ରତିଶ୍ରୁତି ମିଳିଲେ ଧାରଣା ପ୍ରତ୍ୟାହୃତ ହେବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.