Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଲାଞ୍ଚ ନେବାର ଗଣିତ ପଢାଇଲେ ବିଧାୟିକା, କହିଲେ- ୨.୭୫ ଲକ୍ଷ ଟଙ୍କାର ପିଏମ ଆବାସରେ ହଜାରେ-୫୦୦ ନେବା ଠିକ୍, ୧୦ ହଜାର ନେବା ଭୁଲ୍

27/09/2021 at 7:06 PM

ନୂଆଦିଲ୍ଲୀ ୨୭।୦୯: ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ମଧ୍ୟ ପ୍ରଦେଶର ପଥରିଆ ବିଧାୟିକା ରାମବାଇ ପୁଣି ଥରେ ଦେଇଛନ୍ତି ବିବାଦୀୟ ବୟାନ। ବିଏସପି ପାର୍ଟିରୁ ବିଧାୟକ  ହୋଇଥିବା ରାମବାଇଙ୍କ ନିକଟକୁ ଦମୋହର କିଛି ଲୋକେ ଲାଞ୍ଚ କାରବାର ବିଷୟରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବିଧାୟିକା ଅଭିଯୁକ୍ତ କର୍ମଚାରୀଙ୍କୁ ଲାଞ୍ଚ ଦେବା ନେବାର ଗଣିତ ପଢାଇଲେ। ହଜାରେ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଲେ କିଛି ଖରାପ ନାହିଁ। ଅଟାରେ ଲୁଣ ଯେପରି ଅଫିସରେ ଲାଞ୍ଚ ମଧ୍ୟ ବରାବର ଚାଲିଥାଏ ବୋଲି ବିଧାୟିକା କହିଛନ୍ତି।

ସେ କହିଛନ୍ତି, ହଜାରେ- ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବୁଝି ହେଉଛି, କିନ୍ତୁ ୧୦  ହଜାର ଟଙ୍କା ନେବା ଭୁଲ୍। ଆମକୁ ଜଣା ସବୁଠୁ ଲାଞ୍ଚ ଦିଆନିଆ ଚାଲିଛି। କିନ୍ତୁ ଏତେ ବି ଦୁର୍ନୀତିଖୋର ହେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ଗାଁ ଲୋକ ଆଣିଥିଲେ ଲାଞ୍ଚ ଅଭିଯୋଗ

ବିଧାୟକଙ୍କ ନିକଟକୁ କିଛି ଦିନ ପୂର୍ବେ ସତଉଆ ଗାଁର ଲୋକେ ଗ୍ରାମ ପଞ୍ଚାୟତର ରୋଜଗାର ସହାୟକ ଏବଂ ସଂପାଦକଙ୍କ ବିରୋଧରେ ଅଭିଯୋଗ ନେଇ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଆବାସ ନାମରେ ଦୁଇ କର୍ମଚାରୀ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ କରିଥିଲେ। ଏହାପରେ ବିଧାୟକ ରବିବାର ସନ୍ଧ୍ୟାରେ ସତଉଆ ପହଞ୍ଚି ଜନସଭା ଆୟୋଜନ କରିଥିଲେ। ଏଥିରେ ରୋଜଗାର ସହାୟକ ନିରଞ୍ଜନ ତିଓ୍ଵାରୀ ଓ ସଂପାଦକ ନାରାୟଣ ଚୌବେଙ୍କୁ ମଧ୍ୟ ଡକାଯାଇଥିଲା।

ଗାଁ ଲୋକେ ବିଧାୟିକାଙ୍କ ସମ୍ମୁଖରେ ଉଭୟ କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ କରିଥିଲେ। କିଏ ୫ ହଜାର ତ, କିଏ ୮ ହଜାର ଏବଂ ଆଉ କିଏ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା କହିଥିଲେ। ଅଭିଯୋଗ ଶୁଣିବା ପରେ ବିଧାୟିକା କହିଛନ୍ତି, ହଁ କିଛିଟା ଲାଞ୍ଚ କାରବାର ହୁଏ। ମାତ୍ର କୌଣସି ଗରିବଙ୍କଠୁ ହଜାର ହଜାର ଟଙ୍କା ନେବା ଭୁଲ୍ ଅଟେ। ଯଦି ହଜାରେ ଟଙ୍କା ନେଇଥାନ୍ତ ତେବେ କିଛି ଆପତ୍ତି ନଥିଲା, କିନ୍ତୁ ଘର ନିର୍ମାଣରେ ଆସୁଥିବା ଦୁଇ ଲକ୍ଷ ୭୫ ହଜାର ଟଙ୍କାରୁ ୫ ରୁ ୧୦ ହଜାର ଟଙ୍କା ନେବା ବହୁତ ବଡ ଭୁଲ୍।

ତୁମ ଘରେ ଏକ ଲକ୍ଷ ଟଙ୍କାର ବାର୍ଥରୁମ, ଗରିବ ତ ଏତିକି ଟଙ୍କାରେ କରୁଛି ଘର

ବିଧାୟିକା ଉଭୟ କର୍ମଚାରୀଙ୍କୁ କହିଛନ୍ତି ଯେ, ତୁମ ଘରେ ତ ଏକ ଲକ୍ଷ ଟଙ୍କାରେ ବାର୍ଥ ରୁମ୍ ତିଆରି ହୋଇଥିବ। କିନ୍ତୁ ଏଠି ଜଣେ ଗରିବ ଦୁଇ ଲକ୍ଷ ଟଙ୍କାରେ ନିଜର ପୂରା ଘର ତିଆରି କରୁଛି। ଏହା ସତ୍ତ୍ଵେ ଆପଣ ଯଦି ୫ ରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବେ ଏଥିରୁ ଆଉ ଲଜ୍ଜାକର କଥା ଆଉ କଣ ହୋଇପାରେ ବୋଲି ବିଧାୟିକା କହିଛନ୍ତି।

ଗାଁ ଲୋକଙ୍କର ବି ଭୁଲ୍ ରହିଛି

ପରେ ବିଧାୟିକା କହିଛନ୍ତି, କିଛି ଭୁଲ୍ ତ ଗାଁ ଲୋକଙ୍କର ମଧ୍ୟ ରହିଛି। ସେମାନେ କିଛି ବୁଝନ୍ତି ନାହିଁ ଏବଂ କେବଳ ଅଭିଯୋଗ କରିଥାନ୍ତି। ପରେ  ବିଧାୟିକା ଦୁଇ କର୍ମଚାରୀଙ୍କୁ ଗାଁ ଲୋକଙ୍କ ଟଙ୍କା ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts