କେରଳ ବନ୍ୟା ପୀଡ଼ିତଙ୍କୁ ପୁରସ୍କାର ରାଶି ପ୍ରଦାନ କଲେ ବିଧାୟକ ରାଜା ସ୍ବାଇଁ
24/08/2018 at 4:41 AM

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ପୁରସ୍କାର ଆକାରରେ ପାଇଥିବା ୧ଲକ୍ଷ ଟଙ୍କା କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଶ୍ରୀଯୁକ୍ତ ସ୍ବାଇଁ ୨୦୧୫ମସିହା ପାଇଁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ ହୋଇ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଥିଲେ।
ଶୀଯୁକ୍ତ ସ୍ବାଇଁ ଆଠଗଡ଼ ନିର୍ବାଚନମଣ୍ଡଳି ବିଭିନ୍ନ ସମୟରେ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଅତୀତରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଭାବେ ଦାୟିତ୍ବ ତୁଲାଇଛନ୍ତି। ବିଧାନସଭାରେ ତଥ୍ୟମୂଳକ ଯୁକ୍ତି ଉପସ୍ଥାପନ କରିବା କ୍ଷେତ୍ରରେ ସେ ବେଶ୍ ସୁନାମ ଅର୍ଜନ କରିଛନ୍ତି।