ବିଧାନସଭାରେ ବିରୋଧୀଙ୍କ ଆଚରଣ ରାଜନୀତିର ‘ସିଫ୍ଟ୍ ଅଫ୍ ଗୋଲ୍ ପୋଷ୍ଟ’ : ବିଜେଡି ବିଧାୟକ ପ୍ରତାପ ଦେବ

Published By : Prameya-News7 Bureau | September 08, 2021 IST

ଭୁବନେଶ୍ବର ୮।୯: ଖଣି ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ।  କହିଛନ୍ତି, ବିଧାନସଭାରେ ବିରୋଧୀଙ୍କ ଆଚରଣ ରାଜନୀତିର ‘ସିଫ୍ଟ୍ ଅଫ୍ ଗୋଲ୍ ପୋଷ୍ଟ’ ପରି । ନିୟମାବଳୀ କରି ଖେଳ ଆରମ୍ଭ କରି ସଫଳତା ନ ପାଇବା ପରେ ନିୟମ ବଦଳାଉଛନ୍ତି ବିରୋଧୀ। ବିରୋଧୀଦଳ ଲୁଚକାଳି ଖେଳ ଆରମ୍ଭ କରିଛନ୍ତି। ବିଧାନସଭା ଆରମ୍ଭ ହେବା ପୂର୍ବରୁ ମରୁଡ଼ି ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି । ସାର ନାହିଁ, ଚାଷୀ ହଟହଟା, ବୀମା ପଇସା ମିଳୁନି । ଚାଷ ଓ ଚାଷୀକୁ ନେଇ ଉଦବେଗ ଦେଖାଦେଇଛି । ଚାଷୀଙ୍କୁ ନେଇ ଆଲୋଚନା ହେବ ବୋଲି ଆଶା କରାଯାଉଥିଲା । ସରକାର ବି ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ବିରୋଧୀ ଦଳ ଚାହିଁଲେ ବୋଲି ମୋସନ ଆଣି ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରାଗଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବିରୋଧୀଦଳ ସମ୍ପୂର୍ଣ୍ଣ ଭୁଲିଗଲେ। ସାର ଅଭାବ ଦେଖାଦେଇଛି । ବୀମା ମିଳିନି । ଚାଷୀଙ୍କ ନା ନେଇ ବିରୋଧୀ ରାଜନୀତି କରୁଛନ୍ତି । ଚାଷ ପ୍ରସଙ୍ଗକୁ ନେଇ ଆଲୋଚନା ଚାହୁଁନାହାନ୍ତି । ଚାଷୀ ପ୍ରସଙ୍ଗ ଆଲୋଚନା ହେଲେ ବିରୋଧୀଙ୍କ ଦୁର୍ବଳତା ସମ୍ନାରେ ପଡିଯିବ। କେନ୍ଦ୍ର ସରକାର କଥା ଜଣାପଡିଯିବା ଭୟରେ  ପ୍ରସଙ୍ଗ ବଦଳାଉଛନ୍ତି। ଦେଢ଼ ମାସ ମଧ୍ୟରେ ଚର୍ଚ୍ଚାରେ ନଥିବା ପ୍ରସଙ୍ଗକୁ ଆଲୋଚନା କରିବାକୁ ଚାହୁଁଛନ୍ତି । ଜ୍ବଳନ୍ତ ପ୍ରସଙ୍ଗକୁ ଛାଡି ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିବାର କାରଣ କ’ଣ । ଓଡିଶା ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ଅପ୍ରସଙ୍ଗକୁ ପ୍ରସଙ୍ଗ କରି ମିଡିଆରେ ରହିବାକୁ ଚାହୁଁଛନ୍ତି । ବାଚସ୍ପତିକୁ ଘେରାଉ କରିବା ରାଜନୈତିକ ନାଟକ। ସାର, ଚାଷୀ, ବୀମା ପ୍ରସଙ୍ଗରେ ଘେରାଉ କଲେନି କାହିଁକି ବୋଲି ପ୍ରଶ୍ନ କଲେ ପ୍ରତାପ ଦେବ। ଖଣି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସରକାର ଲୁଚେଇବାକୁ ଚାହୁଁନାହାନ୍ତି। ପଳାୟନପନ୍ଥୀ ନୁହନ୍ତି ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.