ବିଜେଡିରେ ଯୋଗଦେବେ ଯୋଗେଶ ସିଂ, କୁସୁମ ଟେଟେଙ୍କୁ ମନାଇବାକୁ ସୁନ୍ଦରଗଡରେ ପହଞ୍ଚିଲେ ପ୍ରଣବ ପ୍ରକାଶ ଦାସ ଓ ପ୍ରଶାନ୍ତ ନନ୍ଦ

Published By : Prameya-News7 Bureau | February 02, 2019 IST

ସୁନ୍ଦରଗଡ ୨|୨: ସୁନ୍ଦରଗଡରେ ପହଞ୍ଚିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଶାନ୍ତ ନନ୍ଦ । ଆସନ୍ତା ୪ତାରିଖରୁ ୭ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଗାଙ୍ଗପୁରଠାରେ ଏକ ବିରାଟ ସଭାରେ ଯୋଗଦେବେ । ଏହି ସଭାରେ କଂଗ୍ରେସ ଛାଡିଥିବା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ସାମିଲ ହେବେ । ତେବେ ଗତ ବିଧାନସଭା ନିର୍ବାଚନ ବେଳେ ସୁନ୍ଦରଗଡ ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ଓ ତାଙ୍କ ସ୍ବାମୀ ବିଜେଡି ନେତା ଅଜୟ ପଟେଲ ଯୋଗେଶ ସିଂଙ୍କ ବିଜେଡିରେ ଯୋଗଦାନକୁ ବିରୋଧ କରୁଛନ୍ତି । କୁସୁମ ଟେଟେ ଓ ଅଜୟଙ୍କୁ ମନେଇବା ପାଇଁ ପ୍ରଣବ ପ୍ରକାଶ ଦାସ ଓ ପ୍ରଶାନ୍ତ ନନ୍ଦଙ୍କୁ ଦାୟିତ୍ବ ଦିଆଯାଇଥିବା କୁହାଯାଉଛି । ତେଣୁ ଆଜି ଏହି ଦୁଇ ନେତା ସୁନ୍ଦରଗଡରେ ପହଞ୍ଚି ଅଜୟ ପଟେଲଙ୍କ ଫାର୍ମ ହାଉସ୍ ରେ ରୁଦ୍ଧଦ୍ବାର ବୈଠକ ଚଳାଇଛନ୍ତି । ଏହି ବୈଠକରେ ଅତନୁ ସବ୍ୟସାଚୀ ନାୟକ, କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସଞ୍ଜୟ ଦାସବର୍ମା, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ସଦ୍ୟ ବିଜେଡିରେ ଯୋଗଦେଇଥିବା ଝାରସୁଗୁଡାର ପୂର୍ବତନ ବିଧାୟକ ନବ କିଶୋର ଦାସ ପ୍ରମୁଖ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା ।

{"id":80937,"align":"center","width":301,"height":401}

ସୂଚନାଯୋଗ୍ୟ ଯେ ନବ ଦାସ ବିଜେଡିରେ ଯୋଗଦେବା ପୂର୍ବରୁ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଝାରସୁଗୁଡା ଯାଇ କିଶୋର ମହାନ୍ତିଙ୍କୁ ମନାଇଥିଲେ । ଏହାପରେ ନବ ଦାସ ବିଜେଡିରେ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ଯେ, ୨୦୧୪ ବିଧାନସଭା ନିର୍ବାଚନ ବେଳେ ସୁନ୍ଦରଗଡ ଆସନରେ ଯୋଗେଶ ସିଂ ଓ କୁସୁମ ଟେଟେଙ୍କ ମଧ୍ୟ ପ୍ରତିନ୍ଦ୍ବନ୍ଦିତା ହୋଇଥିଲା । କୁସୁମ ଟେଟେ ଅତି କମ୍ ଭୋଟ୍ ରେ ଯୋଗେଶ ସିଂଙ୍କ ଠାରୁ ପରାସ୍ତ ହୋଇଥିଲେ । ବର୍ତ୍ତମାନ ଯୋଗେଶ ସିଂ ବିଜେଡିରେ ଯୋଗଦେଲେ କୁସୁମ ଟେଟେଙ୍କୁ ୨୦୧୯ ନିର୍ବାଚନରେ ଟିକଟ ମିଳିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହେଉଛି । ଦୁଇ ଜଣ ଯାକ ପ୍ରରସ୍ପରର କଟର ବିରୋଧୀ ହୋଇଥିବାରୁ ଯୋଗେଶଙ୍କ ବିଜେଡିରେ ଯୋଗଦେବା ଘଟଣାକୁ କୁଶୁମ ଓ ଅଜୟ ତୀବ୍ର ବିରୋଧ କରିଆସୁଛନ୍ତି । କେବଳ କୁସୁମ ଟେଟେ ଓ ଅଜୟଙ୍କୁ ମନାଇବା ନୁହେଁ, ରାଜଗାଙ୍ଗପୁର ସଭାକୁ ସଫଳ କରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରିବେ ପ୍ରଣବ ଓ ପ୍ରଶାନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.