ଲୋୟର ସୁକତେଲ ପ୍ରକଳ୍ପ କାମର ସମୀକ୍ଷା କଲେ ବିଧାୟକ ନରସିଂହ ମିଶ୍ର

Published By : Prameya-News7 Bureau | April 08, 2021 IST

ବଲାଙ୍ଗୀର ୮।୪: ବଲାଙ୍ଗୀରର ଲାଇଫ୍ ଲାଇନ୍ କାମ ଏବେ ଆଗକୁ ବଢିଛି । ମାଟି କାମ ସହ ଡ୍ୟାମ୍ କାମ ଆରମ୍ଭ ହୋଇଛି । ଏହାକ ସ୍ଥିତି କଣ ରହିଛି, କିଭଳି ଭାବରେ ଏହାର କାମ ସହ ଲୋକଙ୍କ ବିସ୍ଥାପିତ ସମସ୍ୟାର ସମାଧାନ କରାଯାଉଛି ନା ନାହିଁ ତାକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସମୀକ୍ଷା ବୈଠକ କରିଛନ୍ତି । ତେବେ କାମ ଆରମ୍ଭ ହୋଇଥିବା ବେଳେ ଯେଉଁ ଗତିରେ କରାଯିବା କଥା ତାହା ଧିମେଇ ଯାଇଥିବା କହିଛନ୍ତି ବିଧାୟକ ।

{"id":435170,"width":843,"height":458,"sizeSlug":"large","linkDestination":"none"}

ସେପଟେ କାମ ଚାଲୁ ରହିବା ସହ ଲୋୟରସୁକତେଲ ପ୍ରକଳ୍ପରେ ବିସ୍ଥାପିତ ହେଉଥିବା ବିଭିନ୍ନ ଗ୍ରାମର ବିସ୍ଥାପିତଙ୍କ ଥଇଥାନ, ତାଙ୍କ କ୍ଷତିପୂରଣ ବାବଦରେ ମଧ୍ୟ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାର ସମାଧାନ କାମ ମଧ୍ୟ ଧିମେଇ ଯାଇଥିବା ବିଧାୟକ କହିଛନ୍ତି । ତେବେ ବଲାଙ୍ଗୀର ଲୋୟର ସୁକତେଲରେ ବିସ୍ଥାପିତ ହେଉଥିବା ଲୋକଙ୍କ ସମସ୍ୟା ଯେପରି ହୀରାକୁଦ ଡ୍ୟାମ୍ କାମ ବେଳର ବିସ୍ଥାପିତ ସମସ୍ୟା ଭଳି ନହେବ ଓ ସେମାନଙ୍କ ଉଚିତ ଥଇଥାନ କରାଯିବ ସେନେଇ ଅଧିକାରୀଙ୍କୁ ଦାଗିତ କରିଛନ୍ତି ।

ଏହାସହ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ । ଏନେଇ ଡ୍ୟାମକୁ ବୁଲି ଦେଖିବାକୁ ଯିବା ସହ ବିସ୍ଥାପିତଙ୍କ ସହ ମଧ୍ୟ ଆଗାମୀ ଦିନରେ ଆଲୋଚନା କରାଯିବ ବୋଲି ନରସିଂହ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.