କଟକକୁ ଜଳବନ୍ଦୀ ମୁକ୍ତ ଅଭିଯାନ, ସିଏମସି ଅଧିକାରୀଙ୍କ ସହ ବିଭିନ୍ନ ସ୍ଥାନ ବୁଲିଲେ ବିଧାୟକ ମହମ୍ମଦ ମୁକିମ୍
13/06/2019 at 11:21 AM

କଟକ ୧୩|୬: କଟକ ସହରରେ ଜଳବନ୍ଦୀ ଅବସ୍ଥାର ପ୍ରତିକାର ପାଇଁ ନବ ନିର୍ବାଚିତ ବିଧାୟକ ମହମ୍ମଦ ମୁକ୍କିମ ପ୍ରୟାସ ଆରମ୍ଭ କରିଛନ୍ତି । ମୁକିମ୍ଙ୍କର ସବୁଠୁ ବଡ ନିର୍ବାଚିନ ପ୍ରତିଶୃତି ଥିଲା ସହରକୁ ଜଳବନ୍ଦୀ ମୁକ୍ତ କରିବା । ତେଣୁ ନିର୍ବାଚିତ ପରେ ମୁକିମ୍ ଏଥିପାଇଁ ଅଣ୍ଟା ଭିଡିଛନ୍ତି । ପ୍ରଥମେ ମୁକିମ୍ ସିଏମ୍ସି କମିଶନର ଓ ଅଧିକାରୀମାନଙ୍କ ସହ ଏନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଆଜି ମୁକିମ୍ ଓ ସିଏମ୍ସିର ଅଧିକାରୀମାନେ କଟକ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ମେନ୍ ଡ୍ରେନେଜ ଯୋଗୁଁ ଯୋଉଁ ସବୁ ଜାଗାରେ ଅବରୋଧ ହୋଇଛି ବା ଆବର୍ଜନା ଯୋଗୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି ସେହି ଅଞ୍ଚଳ ବୁଲି ଦେଖିବା ପରେ ସମୀକ୍ଷା ବୈଠକରେ ଏସବୁ ସ୍ଥାନ ଗୁଡିକରେ କି ପଦକ୍ଷେପ ନିଆଯିବ ତା ଉପରେ ଆଲୋଚନା କରିବେ ।
Related Posts
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
27 February 2021