Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଦିନକ ପରେ ବିଧାନସଭା : ସରିଲା ୩ ଦଳର ବିଧାୟକଦଳ ବୈଠକ, କାହା ରଣନୀତି କ’ଣ ଜାଣନ୍ତୁ

23/06/2019 at 6:48 PM

ଭୁବନେଶ୍ବର ୨୩|୬ : ଦିନକ ପରେ ବିଧାନସଭା । ନୂଆ ସରକାରଙ୍କ ବଜେଟ ଅଧିବେଶନରେ କଣ ହେବ  ବିରୋଧୀ ଓ ଶାସକ ଦଳର ରଣନୀତି ।  ବିଧାନସଭାରେ କଣ ଉଠିବ ପ୍ରସଙ୍ଗ, କେମିତି ସରକାର କରିବେ ମୁକାବିଲା । ବୈଠକରେ ନିଜ ନିଜ ଦଳର ରଣକୈଶଳ ପ୍ରସ୍ତୁତ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ।

ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇଛି । ଏହାକୁ ନେଇ  ବିଜେପି ମୁଖ୍ୟବରୋଧୀ ଦଳରେ ରହିବା ନୈତିକତା ହରାଇଛି ବୋଲି କଂଗ୍ରେସ କହିଛି ।  

ବିଧାନସଭା ଆରମ୍ଭରୁ ବିଜେଡି ବିଜେପି ଡିଲ ପ୍ରସଙ୍ଗ ସହ ଫୋନି ବାତ୍ୟା ଓ ପରବର୍ତ୍ତୀ ପୁନଃଉଦ୍ଧାର କାର୍ଯ୍ୟରେ ବିଳମ୍ବ , ବେକାରୀ, ଧାନର ଅଭାବୀ ବିକ୍ରୀ, ଚାଷୀଙ୍କୁ ବୀମା ଟଙ୍କା ନମିଳିବାକୁ  ପ୍ରସଙ୍ଗ କରି ସରକାରଙ୍କୁ ଘେରିବ ବୋଲି କହିଛି କଂଗ୍ରେସ ।

ରାଜ୍ୟରେ ପ୍ରଥମଥର ଲାଗି ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ବିଧାନସଭା ପୂର୍ବରୁ ବିଧାୟକଦଳ ବୈଠକ କରି ସରକାରଙ୍କୁ ଘେରିବାକୁ ରଣନୀତି କରିଛି । ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତରେ ଦଳ ରଣନୀତି ପ୍ରସ୍ତୁତ କରିଛି ।

ରାଜ୍ୟସଭା ନିର୍ବାଚନରେ ବିଜେପି ବିଜେଡିର ସମର୍ଥନ ଅନାୟାସରେ ପାଇଥିବାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଥିଲେ ମଧ୍ୟ ବିଜେପି ବିନା ସାଲିସରେ ବିଭିନ୍ନ ପ୍ରସଙ୍ଗ ଉଠାଇବ ବୋଲି କହିଛି ।

ଏପଟେ ବିଜେଡି- ବିଜେପି ଡିଲକୁ ଖଣ୍ଡନ କରିଛି ବିଜେଡି । ଏହା ସହ ବିଧାନସଭାରେ ରଣନୀତି ବିରୋଧୀଙ୍କୁ ମୁକାବିଲା କରିବାକୁ ବିଧାୟକ ଦଳ ବୈଠକରେ ରୂପରେଖ ପ୍ରସ୍ତୁତ କରିଛି ଦଳ ।ଦଳର ନିର୍ବାଚନୀ ଇସ୍ତାହାରକୁ ବାସ୍ତବରେ ରୂପାନ୍ତର କରିବା ପାଇଁ ଦଳ କାମ କରିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି ।  

ସେପଟେ କଂଗ୍ରେସ କହୁଛି ବିରୋଧୀ ଦଳ ନେତା ପଦ ଏଥର କଂଗ୍ରେସକୁ ମିଳିବା ଦରକାର। କାରଣ ବିଜେପି ବିଜେଡି ଏବେ ମିଶିଯାଇଛନ୍ତି। ସେପଟେ କିନ୍ତୁ ବିଜେପିର ବିଧାୟକ ଦଳ ନେତା କିଏ ହେବ ସେନେଇ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହା ଉପରେ ମୋହର ମାରିବେ । ଏହା ଆଜିର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

   Related Posts