ସେକ୍ସ ରାକେଟର ସଂପୃକ୍ତି ଯୋଗୁଁ ବିଧାୟକଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା…

Published By : Prameya-News7 Bureau | September 10, 2019 IST

ପାଟନା୧୦|୯: ପାଟନା- ଭୋଜପୁର ସେକ୍ସ ରାକେଟ ମାମଲାରେ ଜଣେ ବିଧାୟକ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ରାକେଟରେ ସଂପୃକ୍ତ ଥିବା ବିଧାୟକଙ୍କୁ କୌଣସି ମୁହୂର୍ତ୍ତରେ ବି ପୋଲିସ ଗିରଫ କରିପାରେ।ସେକ୍ସ ରାକେଟ୍‌ରୁ ଉଦ୍ଧାର ହୋଇଥିବା ଜଣେ ପୀଡ଼ିତା କୋର୍ଟରେ ଆର୍‌ଜେଡିର ଜଣେ ବିଧାୟକଙ୍କ ଏହି ରାକେଟରେ ସମ୍ପୃକ୍ତ ଥିବା କଥା କହିଛନ୍ତି ।

ଏହି ମାମଲାର ତଦନ୍ତ କରୁଥିବା ଇନ୍ସପେକ୍ଟର ଚନ୍ଦ୍ରଶେଖର ଗୁପ୍ତାଙ୍କ ପାଖରେ ପୀଡ଼ିତା ନାବାଳିକା ବିଧାୟକଙ୍କ ବିଷୟରେ କହିଥିଲେ। ନାବାଳିକାଙ୍କ ବୟାନକୁ ସିଲ୍ ବନ୍ଦ ଲଫାପାରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଇନ୍ସପେକ୍ଟର ଗୁପ୍ତା ପହଞ୍ଚାଇଥିଲେ।

ଧାରା ୧୬୧ ଓ୧୬୪ ଅନୁଯାୟୀ ପୀଡ଼ିତା କୌଣସି ବିଧାୟକଙ୍କ ନାଁ  କହି ନଥିବା ଭୋଜପୁର ଏସପି ସୁଶୀଲ କୁମାର କହିଛନ୍ତି  ।କିନ୍ତୁ ଚାରି ଦିନ ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।ସେହି ଭିଡିଓରେ ପୀଡ଼ିତା ଜଣେ ବିଧାୟକଙ୍କ ନାଁ କହିଥିଲେ। ଭିଡିଓର ସତ୍ୟାସତ ଜାଣିବା ପାଇଁ ଅନୁସନ୍ଧାନକାରୀ ଅଧିକାରୀ  ଓ ଡିଏସପିଙ୍କୁ ଦାୟିତ୍ବ ଦିଆଯାଇଥିଲା।

ଏସ୍‌ପି କହିଛନ୍ତି ଯେ,  ପୀଡ଼ିତା ଦ୍ବିତୀୟ ଥର ବୟାନ ଦେବା ପାଇଁ  ନିର୍ଦେଶ ଦିଆଯାଇଥିଲା।ଏସପି ବିଧାୟକଙ୍କ ନାଁ କହିବାକୁ ମନା କରିଦେଇଥିଲେ।ସେକ୍ସ ରାକେଟର ସଂପୃକ୍ତ ଥିବା ଆରଜେଡିର ଜଣେ ପ୍ରଭାବଶାଳୀ ବିଧାୟକ।ସେକ୍ସ ରାକେଟ ସଂପୃକ୍ତି ନେଇ ବିଧାୟକ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ପାଟନା ବାସଭବନକୁ ସେ ଯାଆନ୍ତି ନାହିଁ।ସେଠାରେ ତାଙ୍କ ଲୋକମାନେ ରୁହନ୍ତି ବୋଲି ବିଧାୟକ ସଫେଇ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୮ ତାରିଖରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ସେକ୍ସ ରାକେଟ୍‌ରେ ନେତା, ମନ୍ତ୍ରୀ ଓ ହାଇ ରାଙ୍କର ଅଫିସର ସଂପୃକ୍ତି ଥିବା କଥା ମଧ୍ୟ ସାମ୍ନା ଆସିଥିଲା। ଆରଜେଡ଼ି ବିଧାୟକଙ୍କ ପାଖକୁ ପୀଡ଼ିତା ନାବାଳିକାଙ୍କୁ ଜଣେ ଇଞ୍ଜିନିୟର ପଠାଇଥିବା କଥା କହିଥିଲେ।  ଏହି ରାକେଟରୁ  ବିଧାୟକଙ୍କ ସମେତ ବଡ଼ ବଡ଼ ଅଫିସରଙ୍କ ପାଖକୁ ଯୁବତୀ ଚାଲାଣ କରାଯାଏ ବୋଲି ସେକ୍ସ ରାକେଟର ଚଳାଉଥିବା ଅନିତା ବେଦୀ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.