ପତ୍ନୀଙ୍କ ସହ ବିଧାୟକ ବେଡରୁମରେ କଲେ ବ୍ୟକ୍ତିଗତ ଭିଡିଓ : ସର୍ବସାଧାରଣରେ ହୋଇଗଲା ଭାଇରାଲ

Published By : Prameya-News7 Bureau | September 02, 2019 IST

ପାଟନା ୨/୯: ବିହାରର ଜାମୁଇ ଜିଲ୍ଲାର ସିକନ୍ଦରା ନିର୍ବାଚନମଣ୍ଡଳିର କଂଗ୍ରେସ ବିଧାୟକ ସୁଧୀର କୁମାର ଓରଫ ବଣ୍ଟି ଚୌଧୁରୀ ନିଜର ଏକ ଭିଡିଓ ପାଇଁ ଅଡ଼ୁଆରେ ପଡ଼ି ଯାଇଛନ୍ତି। ପ୍ରକୃତରେ ବିଧାୟକ ଏବଂ ତାଙ୍କ ପତ୍ନୀଙ୍କ ଏକ ବ୍ୟକ୍ତିଗତ ଟିକଟକ ଭିଡିଓ ଏବେ ଦ୍ରୃତଗତିରେ ଭାଇରାଲ ହେବା​ରେ ଲାଗିଛି। ଏହି ଭିଡିଓରେ ତାଙ୍କ ପତ୍ନୀ ଲୋକପ୍ରିୟ ହାସ୍ୟ କଳାକାର ସୁନୀଲ ଗ୍ରୋଭରଙ୍କ ଗୀତ ‘ମେରେ ହସବ୍ୟାଣ୍ଡ ମୁଝକୋ ପ୍ୟାର ନହିଁ କରତେ’ ରେ ଅଭିନୟ କରିଛନ୍ତି। ଏହି ଭିଡିଓରେ ମଝିରେ ମଝିରେ ତାଙ୍କ ସ୍ବାମୀ ବଣ୍ଟି ଚୌଧୁରୀ ମଧ୍ୟ ତାଙ୍କ ସାଥ ଦେଇଛନ୍ତି।

{"id":152105}

ଭିଡିଓ ଭାଇରାଲ ହେବା ପରେ ବିଧାୟକ କହିଛନ୍ତି ଯେ ଏହି ଭିଡିଓ ଦ୍ବାରା ତାଙ୍କ ବଦନାମ ହୋଇଛି। ସେ ଅଭିଯୋଗ କରିଛନ୍ତି ​ଯେ ତାଙ୍କ ବିରୋଧିମାନେ ପତ୍ନୀଙ୍କ ମୋବାଇଲ୍ ହ୍ୟାକ୍ କରି ତାଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ କରି ଦେଇଛନ୍ତି। ଏନେଇ ସେ ଜମୁଇ ଏସପିଙ୍କୁ ଅଭିଯୋଗ କରିଛନ୍ତି।

{"id":152106}

ସିକନ୍ଦରା ବିଧାୟକ ଏସପିଙ୍କ ନିକଟରେ ଏନେଇ ଅଭିଯୋଗ କରିବା ସହ ଭିଡିଓ କେମିତି ଭାଇରାଲ ହୋଇଛି ତାର ଯାଞ୍ଚ କରିବା ଲାଗି କହିଛନ୍ତି । ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।

{"id":152107}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.