Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ବିଧାୟକ, ପୋଲିସ ମାଡ଼ ମାରିଥିବା ଅଭିଯୋଗ କରି ତଳେ ଗଡ଼ିଲେ

7/04/2021 at 9:29 PM

ଲକ୍ଷ୍ନୌ  ୭/୪:  ବିଜେପି ବିଧାୟକଙ୍କ ହାଇଡ୍ରାମା। ପୋଲିସ ମାଡ଼ ମାରିଥିବା ଅଭିଯୋଗ କରି ଡ୍ରାମା କଲେ ବିଧାୟକ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରାଣା ଦେବା ସହ ତଳେ ଗଡ଼ିଗଲେ । ପ୍ରତାପଗଡ଼ର ଶିବଗଡ଼ ବ୍ଲକର ମତଦାତା ସୂଚୀରେ ଗଡ଼ବଡ଼ ହୋଇଥିବା ନେଇ ଅଭିଯୋଗ କରି ରାନିଗଞ୍ଜର ବିଜେପି ବିଧାୟକ ଅଭୟ କୁମାର ଓଝା ଡିଏମଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ। ତାଙ୍କୁ ବୁଝାଇ ବୁଝାଇ ଜିଲ୍ଲାପାଳ ନାକେଦମ ହେବା ପରେ ଘଟଣାସ୍ଥଳରେ ଏସପି ପହଞ୍ଚିଥିଲେ। ଏସପିଙ୍କ ସହ ବିଧାୟକଙ୍କ କଥା କଟାକଟି ହୋଇଥିଲା। ଏହା ପରେ ପୋଲିସ ତାଙ୍କୁ ମାଡ଼ ମାରିଛି ବୋଲି ଅଭିଯୋଗ କରିବା ସହ ଅଭୟ ତଳେ ଗଡ଼ିଥିବା ଦେଖିବାକୁ ମିଳିଛି।

ପିନ୍ଧିଥିବା କୁର୍ତ୍ତା ଚିରିବା ସହ ସେ ତଳେ ଗଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ସହ ତାଙ୍କ ସମର୍ଥକ ପୋଲିସ ଏବଂ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ବୁଧବାର ଦିନ ଦେଢ଼ଟା ବେଳେ ଅଭୟ ଓଝା ନିଜ ସମର୍ଥକଙ୍କ ସହ ଡିଏମ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଡିଏମ କାର୍ଯ୍ୟାଳୟରେ ନଥିଲେ। ତେଣୁ ଅଭୟ ନିଜ ସମର୍ଥକଙ୍କ ସହ ସେଠାରେ ଧାରଣାରେ ବସିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଏଡିଏମ୍‌ ସେଠାରେ ପହଞ୍ଚି ବିଧାୟକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ।

ଏହା ପରେ ବିଧାୟକଙ୍କ  ଅନ୍ୟ ସମର୍ଥକମାନେ ମଧ୍ୟ ଡିଏମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଜବରଦସ୍ତି କାର୍ଯ୍ୟାଳୟ ଭିତରକୁ ପଶିଥିଲେ। ଏହା ପରେ ଡିଏମ ଏବଂ ଏସପି ସେଠାରେ ପହଞ୍ଚି ବିଧାୟକଙ୍କୁ ବୁଝାଇଥିଲେ। ଏହି ସମୟରେ ଏସପିଙ୍କ ସହ ଅଭୟଙ୍କର ଝଗଡ଼ା ହୋଇଥିଲା। ଏହା ପରେ ବିଧାୟକ ପୋଷାକ ଚିରି ଡିଏମଙ୍କ କାର୍ଯ୍ୟାଳୟ ବାହାରେ ଏସପି ମାରପିଟ କରିଥିବା ଅଭିଯୋଗ କରି ସଡ଼କରେ ଗଡ଼ିଥିଲେ। ମଉକା ଦେଖି ସେଠାରୁ ଏସପି ଚମ୍ପଟ ମାରିଥିଲେ। ଏହା ପରେ ବିଧାୟକ ଏବଂ ସମର୍ଥକ ନାରାବାଜି ଦେଇଥିଲେ। ଡିଏମ ସେମାନଙ୍କୁ ବଝାସୁଝା କରିଥିବା ଜଣାପଡ଼ିଛି ।

   Related Posts