ରିସୋର୍ଟରୁ ହୋଟେଲକୁ ସ୍ଥାନାନ୍ତରଣ ହେଲେ ୨୨ବିଧାୟକ, କହିଲେ ଆମ ଜୀବନ ପ୍ରତି ରହିଛି ବିପଦ

Published By : Prameya-News7 Bureau | March 15, 2020 IST

ବେଙ୍ଗାଲୁରୁ ୧୫।୦୩: ଦିନକୁ ଦିନ ବିବାଦ ଘନେଇବାର ଲାଗିଛି ମଧ୍ୟପ୍ରଦେଶ ରାଜନୀତି । ତେବେ ମଧ୍ୟପ୍ରଦେଶ ସରକାରଙ୍କୁ ଇସ୍ତଫା ଦେଇ ୨୨ଜଣ ବିଧାୟକଙ୍କ ବେଙ୍ଗାଲୁରୁରେ ଡେରା ପକାଇଛନ୍ତି । କିନ୍ତୁ ସମସ୍ତେ ବିଧାୟକମାନେ ରବିବାର ଦିନ ଏକ ଭିଡିଓ ଜାରି କରିଛନ୍ତି । ଭିଡିଓରେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ବିଧାୟକମାନେ । ସେମାନେ ଭୋପାଳ ଆସିବାକୁ ଚାହୁଛନ୍ତି , କିନ୍ତୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରେ ସେମାନ ଆସି ପାରୁନାହାନ୍ତି ବୋଲି ଭିଡିଓରେ କହିଛନ୍ତି । ଏଥିପାଇଁ ଆମକୁ CRPFର ସୁରକ୍ଷା ଯୋଗାଇ ଦିଆଯାଉ ।

ବିଧାୟକଙ୍କ ମୁତାବିକ, ଆମେ ଆମ ନିଷ୍ପତ୍ତିରେ ବେଙ୍ଗାଲୁରୁ  ଆସିଛୁ । କୌଣସି ବ୍ୟକ୍ତି ଆମକୁ ବନ୍ଧକ ରଖିନାହାନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଦେଖି ସମ୍ଭାବନା ଅଛି ଯେ, ଯଦି ପରିଜନଙ୍କ ଦ୍ବାରା କୌଣସି ଅଭିଯୋଗ କରାଯାଏ, ତେବେ ତାହା ନିରାଧାର ଅଟେ ।  

ତେବେ ପରିସ୍ଥିତିକୁ ଦେଖି ସିନ୍ଧିଆ ସମର୍ଥକଙ୍କ ବିଧାୟକଙ୍କୁ ରିସୋର୍ଟରୁ ବେଙ୍ଗାଲୁରୁ ରମାଦା ହୋଟେଲ ସିପ୍ଟ କରାଯାଇଛି । ସେପଟେ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତି ଥିଲେ । ବୈଠକ ପରେ ସିନ୍ଧିଆ ଓ ଶିବରାଜ ସିଂହ ଚୌହ୍ବାନ ବେଙ୍ଗାଲୁରୁ ଅଭିମୁଖେ ଯାଇପାରନ୍ତି । ସେଠାରେ ହିଁ ନିଷ୍ପତ୍ତି ନିଆଯିବ ବିଧାୟକମାନଙ୍କୁ କେବେ ଭୋପାଳ ସିଫ୍ଟ କରାଯିବ ।

କଂଗ୍ରେସ ପ୍ରବକ୍ତା ଜାଫର ବାଗୀ ବିଧାୟକଙ୍କ ପକ୍ଷରୁ ଜାରି ହୋଇଥିବା ଭିଡିଓ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଧାୟକମାନଙ୍କୁ ଜବରଦସ୍ତି ଭିଡିଓ କରାଯାଇଛି ବୋଲି କଂଗ୍ରେସ ପ୍ରବକ୍ତା କହିଛନ୍ତି । ବେଙ୍ଗାଲୁରୁରେ ଥିବା ୨୨ଜଣ ବିଧାୟକମାନ ଇସ୍ତଫା ଦେଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ଛଅଜଣ ବିଧାୟକଙ୍କ ସଦସ୍ୟତା ଶନିବାର  ବିଧାୟସଭା ଅଧ୍ୟକ୍ଷ ଶେଷ କରିଦେଇଛନ୍ତି । ତେବେ ଦେଖାଯଆଉ ମଧ୍ୟପ୍ରଦେଶ ରାଜନୀତିରେ ଆଗକୁ କି ପ୍ରକାର ରଙ୍ଗ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.