Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ପୁରୀର ମଠ ସମ୍ପର୍କରେ ସାଂସଦ ପିନାକୀ ମିଶ୍ରଙ୍କ ବିବାଦୀୟ ଟିପ୍ପଣୀ, ବିଧାୟକ କଲେ କାଉଣ୍ଟର…

13/09/2019 at 5:42 PM

ପୁରୀ ୧୩|୯: ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ ପାଇଁ ଯେବେଠୁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି ସେବେଠୁ ଜାରି ରହିଛି  ବିବାଦ । ମଠ ଉଛେଦରୁ ଆରମ୍ଭକରି ମନ୍ଦିର ଚାରିପଟେ ଥିବା ବ୍ୟକ୍ତିଗତ ଘର ଓ ଦୋକାନ ବଜାର ଉଛେଦକୁ ନେଇ ବୟାନବାଜି ଓ ହାଇଡ୍ରାମା ଚାଲୁ ରହିଛି । ଆଜି ସ୍ଥାନୀୟ ସାଂସଦ ପିନାକୀ ମିଶ୍ର ବିବାଦରେ ଘିଅ ଢାଳିଛନ୍ତି ।

ପିନାକୀ କହିଛନ୍ତି ଶ୍ରୀମନ୍ଦିର ଚାରିପାଖେ ଥିବା ମଠ ବେପାର ଉଦେଶ୍ୟରେ ବ୍ୟବହାର ହେଉଥିଲା । ଏଭଳି କହି ସାଂସଦ ପିନାକୀ ମିଶ୍ର ମଠ ଓ ମନ୍ଦିର ସଂସ୍କୃତି ଉପରେ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି । ବୋଧହୁଏ ସାଂସଦ ଭୁଲିଯାଇଛନ୍ତି ଯେ ଗୋଟିଏ ସମୟରେ ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ରହିବାର ସବୁଠୁ ବଡ ବନ୍ଦୋବସ୍ତ ଥିଲା ମଠ ।

ହୁଏତ କିଛି ମଠାଧିଶ ଭକ୍ତଙ୍କୁ ସେବା ଦେବାରେ କମି କରିଥାଇ ପାରିଥାନ୍ତି, କିନ୍ତୁ ସବୁମଠ ଯେ ବେପାର କରନ୍ତି ତାହା ନୁହେଁ । ସାଂସଦ ଏକଥା ବି କହିଛନ୍ତି ଯେ ଏବେ ପୁରୀର ପୁନରୁଦ୍ଧାର ପାଇଁ ଯେଉଁ କାମ ଚାଲିଛି ତାକୁ କିଛି ହାତଗଣତି ଲୋକ ବିରୋଧ କରୁଛନ୍ତି ।

ସାଂସଦଙ୍କ ଏଭଳି ବୟାନକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ । ବିଧାୟକ କହିଛନ୍ତି ସାଂସଦଙ୍କର ପୁରୀ ମଠ ମନ୍ଦିର ସଂପର୍କରେ ଜ୍ଞାନ କମ୍ ଅଛି । ଶହ ଶହ ବର୍ଷର ପୁରୀର ମଠ ମନ୍ଦିର ସଂସ୍କୃତି ପୁରୀକୁ ବିଶ୍ବଦରବାରରେ ପରିଚିତ କରାଇଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ରକ୍ଷଣାବେକ୍ଷଣ ପାଇଁ ମଠର ମହନ୍ତ ମାନେ ବହୁତ କାମ କରିଛନ୍ତି । ଯେଉଁ ସାଂସଦ ଏଭଳି ଟିପ୍ପଣି ଦେଇଛନ୍ତି ସେ ଗୋଟିଏ ମାର୍କେଟ କମ୍ଲେକ୍ସ କରି ପୁରୀ ବାସିଙ୍କୁ ଉପହାର ଦେଇଛନ୍ତି କି ।

ଅନେକ ଦିନ ଧରି ପୁରୀର ବିକାଶରେ ପ୍ରତିବନ୍ଧକ ସାଜୁଥିଲେ ସ୍ଥାନୀୟ ନେତାଏ । ବହୁଦିନ ଧରି ସ୍ଥାନୀୟ ଲୋକେ ପେଟି ପଲିଟିକ୍ସର ଶିକାର ହେଉଥିଲେ । ଏବେ ସ୍ଥିତି ବଦଳିବା ପରେ ବିକାଶ କାମ ଆରମ୍ଭ ହୋଇଛି ବୋଲି ପୁରୀବାସୀଙ୍କ ଧାରଣା ।

 

   Related Posts