ବିରୋଧୀ ଦଳ ନେତା ପ୍ରସଙ୍ଗ : ମୁହଁ ଖୋଲିଲେ ବିଧାୟକ ଜୟ ନାରାୟଣ ମିଶ୍ର
30/06/2019 at 2:58 PM

ଭୁବନେଶ୍ବର ୩୦|୬: ବିରୋଧୀ ଦଳ ନେତା ନହେବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି ଯେ, ତାଙ୍କର କଣ ଦୁର୍ବଳତା ତାଙ୍କୁ ବିରୋଧୀ ଦଳ ନେତା କରାଯାଇନାହିଁ । ତାଙ୍କର କଣ ଦୁର୍ବଳତା ଥିବ ତାହା ସେମାନେ କହିପାରିବେ ବୋଲି ସେ କହିଛନ୍ତି । ସେ ବିରୋଧୀ ଦଳ ନେତା ହେବା ନେଇ କିଛି ଦ୍ବନ୍ଦ୍ବ ନଥିଲା । ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା ହେବାରେ ତାଙ୍କର କିଛି ଆପତ୍ତି ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।
ଭବାନୀପାଟଣାର ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କୁ ବିଜେପି ବିରୋଧୀ ଦଳ ନେତା କରିଛି । ପୂର୍ବରୁ ବିରୋଧୀ ଦଳ ନେତା ରେସରେ ସବୁଠାରୁ ଆଗରେ ରହିଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ପୂର୍ବରୁ ୩ ଥର ବିଧାୟକ ହୋଇଛନ୍ତି, ମେଣ୍ଟ ଶାସନ ବେଳେ ମନ୍ତ୍ରୀ ବି ଥିଲେ ଜୟନାରାୟଣ । ବିଧାନସଭାର କାର୍ଯ୍ୟକ୍ରମକୁ ନେଇ ତାଙ୍କ ପାଖରେ ରହିଥିଲା ଭରପୁର ଅଭିଜ୍ଞତା । ତେବେ ଏହି ପଦବୀ ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କୁ ମିଳିଛି ।