Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

“ଅଭିଜିତକୁ ବାନ୍ଧ ନହେଲେ ଗୁଳି ମାର” ବିଧାନସଭାରେ ଉଠିଲା ଗିରଫ ଦାବି

19/09/2018 at 1:16 PM

ଭୁବନେଶ୍ୱର ୧୯/୯ : ଶ୍ରୀ ଜଗନ୍ନାଥ, କୋଣାର୍କ ଏବଂ ଓଡିଶା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଆସୁଥିବା ଅଭିଜିତ ଆୟାର ମିତ୍ରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଧାନସଭାରେ ସବୁ ରାଜନୈତିକ ଦଳ ମତ ପ୍ରକାଶ କରିଛନ୍ତି | ଆଜି ଗୃହର ଶୂନ୍ୟ କାଳରେ ଶାସକ ଦଳର ବିଧାୟକ ସମୀର ଦାସ ଏବଂ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇ ଅଭିଜିତ ଆୟାରଙ୍କ ଗିରଫ ଦାବି କରିଥିଲେ | କେବଳ ଅଭିଜିତ ନୁହନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ପ୍ରୋତ୍ସାହିତ କରୁଥିବାରୁ ତାଙ୍କୁ ମଧ୍ୟ ଗିରଫ ପାଇଁ ବ୍ୟୋମକେଶ ଦାବି କରିଥିଲେ | ବିଧାନସଭା ବାହାରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଅଭିଜିତଙ୍କ ଗିରଫ ଦାବି କରିଛନ୍ତି | ଏଭଳି ମନ୍ତବ୍ୟ ମାନସିକ ବିକୃତିର ପରିପ୍ରକାଶ ବୋଲି ଶ୍ରୀ ବାହିନୀପତି କହିଥିଲେ | ତାଙ୍କୁ ବାନ୍ଧିବା ଦରକାର ନହେଲେ ଗୁଳି କରିବା ଦରକାର ବୋଲି ବାହିନୀପତି କ୍ଷୋଭର ସହିତ କହିଥିଲେ |
ସୂଚନାଯୋଗ୍ୟ ଯେ, କୋଣାର୍କର ନଗ୍ନ ମୂର୍ତ୍ତି ହିନ୍ଦୁ ଧର୍ମୀୟ ପରମ୍ପରା ବିରୋଧୀ, ଏହା ମୁସଲମାନ ମାନଙ୍କ ଚକ୍ରାନ୍ତ ବୋଲି ଅଭିଜିତ ଆୟାର ମିତ୍ର ତାଙ୍କ ଟ୍ୱିଟରେ କହିଥିଲେ | ଏହାକୁ ନେଇ ଗତକାଲି ବିଧାନସଭାରେ ପ୍ରବଳ ବିରୋଧ ହୋଇଥିଲା | ଏବେ ଅଭିଜିତଙ୍କ ଆଉ ଏକ ଟ୍ୱିଟ ସାମ୍ନାକୁ ଆସିଛି | ଯାହା କୋଣାର୍କ ସମ୍ପର୍କିତ ଠାରୁ ଆହୁରି ସାଙ୍ଘାତିକ | ଅଭିଜିତ କହିଛନ୍ତି ଯେ, ଜଗନ୍ନାଥ ହେଉଛନ୍ତି ବଙ୍ଗାଳି ମାନଙ୍କ ଦେବତା | ଓଡ଼ିଆ ମାନେ ତାଙ୍କୁ ଚୋରି କରି ଆଣିଛନ୍ତି | ସେହିଭଳି ଓଡିଶା ବଙ୍ଗାଳିମାନଙ୍କ ଆବିଷ୍କାର ବୋଲି ଅଭିଜିତ ଟ୍ୱିଟରେ ଲେଖିଛନ୍ତି | ବଙ୍ଗାଳିମାନଙ୍କ ସମ୍ବୋଧନ ‘ଓରି ଶାଲା’ ରୁ ଓଡିଶାର ନାମକରଣ ହୋଇଥିବା ଅଭିଜିତ ଟ୍ୱିଟରେ ଦର୍ଶାଇଛନ୍ତି | କୋଣାର୍କ ମନ୍ଦିର ନିର୍ମାଣ କରିଥିବା ଗଙ୍ଗ ବଂଶୀ ରାଜବଂଶ ତାମିଲନାଡୁ ର ପଲ୍ଲବ ରାଜବଂଶ ଦ୍ୱାରା ତିରସ୍କୃତ ଏକ ଜାତି ବୋଲି ମଧ୍ୟ ଅଭିଜିତ କହିଥିଲେ |
କେବଳ ବିଧାନସଭା ନୁହଁ, ଓଡିଶାର ବିଭିନ୍ନ ଅଂଚଳରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହେବାରେ ଲାଗିଛି | ବୁଦ୍ଧିଜୀବୀ ମାନେ ଏଭଳି ମନ୍ତବ୍ୟକୁ ଦୃଢ ଭାବରେ ବିରୋଧ କରିବା ଶହ ତାଙ୍କର ତୁରନ୍ତ ଗିରଫ ଦାବି କରିଛନ୍ତି | ଓଡିଶା ସମ୍ପର୍କରେ ଗତ ବର୍ଷ ସେ ଏହି ଟ୍ୱିଟ କରିଥିବା ବେଳେ ବୈଜୟନ୍ତ ପଣ୍ଡା ତାଙ୍କୁ ଉତ୍ତର ଦେଇଛନ୍ତି | ତାଙ୍କ ଉତ୍ତରରେ କିନ୍ତୁ ସେ ଅଭିଜିତଙ୍କୁ ବିରୋଧ କରିବା ବଦଳରେ ତାଙ୍କୁ ପ୍ରୋତ୍ସାହିତ କରିଛନ୍ତି |

   Related Posts